ଅନଲାଇନ ଜରିଆରେ ଜଗନ୍ନାଥ ଦର୍ଶନ ପ୍ରସଙ୍ଗକୁ ଖଣ୍ଡନ କଲେ ଶ୍ରୀମନ୍ଦିର ପ୍ରଶାସନ

କେନ୍ୟୁଜ୍(ବ୍ୟୁରୋ): ସତରେ କଣ ଦୀର୍ଘ ୫ ମାସ ହେବ ଭକ୍ତଠାରୁ ଦୂରରେ ଥିବା କାଳିଆ ସାଆନ୍ତେ ଭକ୍ତଙ୍କୁ ଦର୍ଶନ ଦେବେ ? ସତରେ କଣ ହେବକି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନଲାଇନ ଦର୍ଶନ । ଏଥିପାଇଁ ପ୍ରଶାସନିକ ସ୍ତରରେ ବିଚାର ବିମର୍ଶ ଚାଲିଥିବା କହିଲେ ପରିଚାଳନା କମିଟର ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।  ତେବେ ଅନଲାଇନ ଦର୍ଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ।  ପ୍ରଥମେ ପୁରୀବାସୀ ଓ ପରେ ଅନ୍ୟମାନଙ୍କ ପାଇଁ ଏହି  ସୁବିଧା ଦିଆଯିବ ବୋଲି ବିଚାର ବିମର୍ଶ ଚାଲିଛି। ଅନଲାଇନରେ ନିଜ ପରିଚୟ ଓ ଅନ୍ୟାନ୍ୟ ତଥ୍ୟ ଦେଇ ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ପ୍ରଶାସନ ତରଫରୁ ଆଲୋଚନା ଚାଲିଛି ।

ତେବେ ଏହାକୁ  ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। କହିରଖିଛୁ ଯେ ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ ଆସନ୍ତା ଅଗଷ୍ଟ ୧୫ ପରେ ରାଜ୍ୟରେ ଖୋଲିପାରେ ପ୍ରତ୍ୟେକ ମନ୍ଦିର।  କିନ୍ତୁ ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନଲାଇନ ଦର୍ଶନକୁ ଖଣ୍ଡନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନଲାଇନ ଦର୍ଶନକୁ ଖଣ୍ଡନ କରାଯାଇଛି । ଆଉ ମନ୍ଦିର ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛିକି ଏପରି କୌଣସି ପ୍ରସଙ୍ଗ ଉପରେ ପୂର୍ବରୁ ଆଲୋଚନା ହୋଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.