ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ : ଭଦ୍ରକ ଚାନ୍ଦବାଲି ଏବଂ ଧର୍ମଗଡ଼ରେ ଲୁଟିନେଲେ ଟଙ୍କା

ଭଦ୍ରକ / ଧର୍ମଗଡ଼ (କେନ୍ଯୁଜ୍) : ବୋମାମାଡ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ବଜାରରେ ଥିବା ଏଟିଏମ୍କୁ ବୋମା ମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟଇ ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ମତୋ ବଜାରରେ ଥିବା ଏସ୍ବିଆଇ ଏଟିଏମ୍କୁ ଦୁର୍ବୃତ୍ତମାନେ ବାଇକରେ ଆସି ୮ରୁ ୧୦ଟି ବୋମାମାଡ଼ କରିଥିଲେ । ଏହା ପରେ ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟଇ ନେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଟିଏମ୍‌ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। କଳାହାଣ୍ଡି ଧର୍ମଗଡ଼ ଚାରିଛକରେ ଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଏଟିଏମ୍‌କୁ ଭଙ୍ଗାରୁଜା କରିଛନ୍ତି। ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍‌ ମେସିନ୍‌ ତାଡି ନେଇ ପଳାଇଛନ୍ତି। ତେବେ କେତେ ପରିମାଣର ଟଙ୍କା ଲୁଟ୍‌ ହୋଇଛି ତାହା ଜଣାପଡିନାହିଁ। ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

You might also like