Below header

ପୁଣି ରକ୍ତରଞ୍ଜିତ ହେଲା ପୁରୀ ବଡ଼ଦାଣ୍ଡ: ସଂଘବଦ୍ଧ ଆକ୍ରମଣରେ ରଙ୍ଗମିସ୍ତ୍ରୀ ଆହତ

ଗତକାଲି ରାତିରେ ଗଜପତି ନଗର ସମ୍ମୁଖରେ ଜଣେ ରଙ୍ଗମିସ୍ତ୍ରୀଙ୍କୁ ୭ ଜଣ ଦୁର୍ବୃତ୍ତ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ରଙ୍ଗମିସ୍ତ୍ରୀ ହେଉଛନ୍ତି ମାଟିଆପଡ଼ା ଅଞ୍ଚଳ କୁମୁଟି ସାହିର ପୂର୍ଣ୍ଣଚନ୍ଦ୍ର ଦାସ ।

ପୁରୀ (କେନ୍ୟୁଜ): ପୁରୀ ବଡ଼ଦାଣ୍ଡ ପୁଣି ହୋଇଛି ରକ୍ତରଞ୍ଜିତ। ଗତକାଲି ରାତିରେ ଗଜପତି ନଗର ସମ୍ମୁଖରେ ଜଣେ ରଙ୍ଗମିସ୍ତ୍ରୀଙ୍କୁ ୭ ଜଣ ଦୁର୍ବୃତ୍ତ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ରଙ୍ଗମିସ୍ତ୍ରୀ ହେଉଛନ୍ତି ମାଟିଆପଡ଼ା ଅଞ୍ଚଳ କୁମୁଟି ସାହିର ପୂର୍ଣ୍ଣଚନ୍ଦ୍ର ଦାସ । ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ପୂର୍ଣ୍ଣଚନ୍ଦ୍ରଙ୍କ ହାତ,ମୁହଁ ,ପେଟ ଓ ଗଳାରେ ଆଘାତ ଲାଗିଛି।

ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ସାଇକେଲ୍‌ ଯୋଗେ କୁମ୍ଭାରପଡ଼ା ଥାନାକୁ ପଳାଇଥିଲେ । ପୁଲିସ ତାଙ୍କୁ ଭ୍ୟାନ୍‌ରେ ବସାଇ ଡାକ୍ତରଖାନା ନେଇଥିଲା । ସେ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି । ପୂର୍ଣ୍ଣଚନ୍ଦ୍ର ପତ୍ନୀ ଓ ଛୋଟ ପୁଅକୁ ନେଇ ମାଟିଆପଡ଼ାରେ ଭଡ଼ାରେ ରହୁଥିବା ବେଳେ ତାଙ୍କ ମା ରୀନା ଦାସ ଓ ପରିବାର କୁମ୍ଭାରପଡ଼ାରେ ରହୁଥିବା କହିଛନ୍ତି । ତେବେ ପୂର୍ବ ବିବାଦ ନେଇ କିମ୍ବା ହଠାତ୍‌ ପୂର୍ଣ୍ଣଚନ୍ଦ୍ର ଆକ୍ରମଣର ଶିକାର ହେଲେ ପରେ ଜଣାପଡ଼ିବ ବୋଲି ମା’ ରୀନା କହିଛନ୍ତି । ଏନେଇ ସେ କୁମ୍ଭାରପଡ଼ା ଥାନାରେ ଏତଲା ଦେବେ ବୋଲି ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.