ନୟାଗଡ଼: ଗଞ୍ଜେଇ ବେପାରକୁ ବିରୋଧ କରିବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସଙ୍କଟାପନ୍ନ ଅବସ୍ଥାରେ ଏସସିବିରେ ଭର୍ତ୍ତି

ନୟାଗଡ଼(କେନ୍ୟୁଜ୍): ଗଞ୍ଜେଇ ବେପାରକୁ ବିରୋଧ କରିବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ ଗଞ୍ଜେଇ ବେପାରୀଙ୍କୁ ବିରୋଧ କରିବା ସହ ଯୁବକମାନଙ୍କୁ ଗଞ୍ଜେଇ ସେବନ ନକରିବାକୁ ସଚେତନ କରୁଥିଲେ ଗାଁର ଯୁବକ ଲବ ମହାପାତ୍ର। ଏଥିପାଇଁ ଲବଙ୍କୁ ଟାର୍ଗେଟ କରିଥିଲେ ଗଞ୍ଜେଇ ବେପାରୀ। ପଠାଣୀ ସାମନ୍ତ ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷରେ ପଢୁଥବା ଲବ ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ଭାପୁର- ପାର୍ବତୀପୁର ବାଇପାସ ରାସ୍ତାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। କେତେକ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଖଣ୍ଡା ଓ ଫାର୍ସାରେ ଆକ୍ରମଣ କରିଥିଲେ। ସାଙ୍ଗେ ସାଙ୍ଗେ ଲବଙ୍କୁ ପ୍ରଥମେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଆକ୍ରମଣ ନେଇ ଫତେଗଡ଼ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.