Below header

ଭସାଣି ବେଳେ ସାଉଣ୍ଡ ବକ୍ସ ବନ୍ଦକୁ ନେଇ ଆକ୍ରମଣ, ପୋଲିସ ଉପରେ ଟେକା ମାଡ଼ କଲେ ଲୋକ

ଭସାଣି ବେଳେ ସାଉଣ୍ଡ ବକ୍ସ ବନ୍ଦକୁ ନେଇ ପୋଲିସ ଉପରେ ଆକ୍ରମଣ । ଟେକା ପଥର ମାଡ଼ କଲେ ଲୋକ। ଏଥିରେ ବାଲେଶ୍ବର ଏସପି ସାଗରିକା ନାଥଙ୍କ ପିଏସ ଓ ଜଣେ ପୋଲିସ କର୍ମଚାରୀ ସହିତ ୪ଜଣ ଯୁବକ ସାମାନ୍ୟ ଆହତ ହୋଇଛନ୍ତି ।

ବାଲେଶ୍ବର (କେନ୍ୟୁଜ): ଭସାଣି ବେଳେ ସାଉଣ୍ଡ ବକ୍ସ ବନ୍ଦକୁ ନେଇ ପୋଲିସ ଉପରେ ଆକ୍ରମଣ । ଟେକା ପଥର ମାଡ଼ କଲେ ଲୋକ। ଉତ୍ତେଜନା ଏଡାଇବାକୁ ଲାଠି ଚାର୍ଜ କଲା ପୋଲିସ । ବାଲେଶ୍ବର ସିନେମା ଛକରେ ଭସାଣି ବେଳେ ଏମିତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସାଉଣ୍ଡ ବକ୍ସ ବନ୍ଦକୁ ନେଇ ଉତ୍ୟକ୍ତ ଲୋକ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ।

ଏଥିରେ ବାଲେଶ୍ବର ଏସପି ସାଗରିକା ନାଥଙ୍କ ପିଏସ ଓ ଜଣେ ପୋଲିସ କର୍ମଚାରୀ ସହିତ ୪ଜଣ ଯୁବକ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଆଇଜି ହିମାଂଶୁ ଲାଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଲୋକଙ୍କ ସହ ଆଲୋଚନା ପରେ ସାଉଣ୍ଡ ବକ୍ସ ବନ୍ଦ କରିବା ସହ ଭସାଣ ଆଗେଇଥିଲା । ଚାପା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାଲେଶ୍ବର ସିନେମା ଛକ,ମୋତିଗଞ୍ଜ, ମଣ୍ଡଳ ବଜାର ଓ ବାରବାଟୀ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.