ମେଲାଣି ନେଲେ ମା’ : ଟ୍ବିନ ସିଟିରେ ବିଭିନ୍ନ ସ୍ଥାନରେ ଭସାଣ ଶେଷ

ମେଲାଣି ନେଲେ ମା' । ଶାରଦୀୟ ଦୁର୍ଗାପୂଜାର ଅନ୍ତମ ପର୍ବରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତିନାଶିନୀ । ଗତକାଲି ମହାଆଡମ୍ବରରେ ଟ୍ବିନ ସିଟିରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଲୁକିଥିଲା କଟକ ଓ ଭୁବନେଶ୍ବର । ଶୋଭାଯାତ୍ରାରେ କମ୍ପିଲା ସହର ।

କଟକ/ଭୁବନେଶ୍ବର (କେନ୍ୟୁଜ): ସରିଲା ଦଶହରା । ମେଲାଣି ନେଲେ ମା’ । ଶାରଦୀୟ ଦୁର୍ଗାପୂଜାର ଅନ୍ତମ ପର୍ବରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତିନାଶିନୀ । ଗତକାଲି ମହାଆଡମ୍ବରରେ ଟ୍ବିନ ସିଟିରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଲୁକିଥିଲା କଟକ ଓ ଭୁବନେଶ୍ବର । ଶୋଭାଯାତ୍ରାରେ କମ୍ପିଲା ସହର । ବାଜା, ବାଣବି ସହ ନାଚଗୀତର ତାଳେ ତାଳେ ମୃଣ୍ମୟ ମୃର୍ତ୍ତୀଗୁଡ଼ିକୁ ଶୋଭାଯାତ୍ରାରେ ନିଆଯାାଇଥିଲା ।

ବିଳମ୍ବିତ ରାତି ଯାଏ ଚାଲିଥିଲା ଶକ୍ତିମୟୀଙ୍କ ବିସର୍ଜନ । ରାଜରାସ୍ତା ପାଲଟିଥିଲା ଜନସମୁଦ୍ର । ଭାବବିହ୍ବଳ ପରିବେଶରେ ମା’ଙ୍କୁ ମେଲାଣି ଦେଇଛନ୍ତି ଭକ୍ତ । କଟକରେ ଆଜି ସକାଳ ସୁଦ୍ଧା ୧୦୫ଟି ମେଢ଼ ବିସର୍ଜିତ ହୋଇଛି । ୬୦ରୁ ଅଧିକ ମେଢ଼ ବିସର୍ଜନ ପାଇଁ ବାକି ରହିଛି । ଏବେ ବି ଚାଲିଛି ମା’ଙ୍କ ଭସାଣ । ଭୁବନେଶ୍ବରରେ ବିଳମ୍ବିତ ରାତି ଯାଏ ମା’ଙ୍କ ବିସର୍ଜନ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.