ଆଜି ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ଆଲୋଚନା, ଦିନ ୧୧ଟା ବେଳେ ବସିବ ବୈଠକ

ରାଜ୍ୟରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ରାଜ୍ୟ ସରକାରଙ୍କ ଆଲୋଚନା । ପରିବହନ ମନ୍ତ୍ରୀ ଟୁ କୁନି ସାହୁଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ବେଳେ ଖାରବେଳ ଭବନରେ ବସ ମାଲିକ ସଂଘ ର ବିଭିନ୍ନ ଦାବି ନେଇ ବୈଠକ ହେବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ରାଜ୍ୟ ସରକାରଙ୍କ ଆଲୋଚନା । ପରିବହନ ମନ୍ତ୍ରୀ ଟୁ କୁନି ସାହୁଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ବେଳେ ଖାରବେଳ ଭବନରେ ବସ ମାଲିକ ସଂଘ ର ବିଭିନ୍ନ ଦାବି ନେଇ ବୈଠକ ହେବ । ଏଥିରେ ଲକ୍ଷ୍ମୀ ବସ ଚଳା ଚଳ କୁ ନେଇ ଘରୋଇ ବସ ମାଲିକ ସଂଘ ରଖିଥିବା ଦାବି ନେଇ ହେବ ଆଲୋଚନା।

ବୈଠକରେ ନଗର ଉନ୍ନୟନ୍ ସଚିବ, ପରିବହନ କମିଶନର, କ୍ରୁଟ ର CMD, ବସ୍ ମାଲିକ ସଂଘ ର କର୍ମକର୍ତ୍ତା ରହିବେ। ଗତ ୨୦ତାରିଖ ରେ ଲକ୍ଷ୍ମୀ ବସ ଚଳାଚଳ କୁ ନେଇ ଧର୍ମଘଟ କରିଥିଲେ ବସ ମାଲିକ ସଂଘ। ପଞ୍ଚାୟତ ରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଚଳା ଚଳ କୁ ବିରୋଧ କରିଥିଲେ। ପରେ ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଆଗାମୀ ୩୧ତାରିଖ ଯାଏଁ ଧର୍ମଘଟ କୁ ସ୍ଥଗିତ ରଖିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.