Below header

ବଲାଙ୍ଗିର : ଆକ୍ରମଣରେ କଟି ଅଲଗା ହେଲା ଯୁବକଙ୍କ ହାତ ପାପୁଲି, ଯୋଡ଼ିବା ପାଇଁ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗିର (କେ ନ୍ୟୁଜ୍‌) : ବଲାଙ୍ଗିର ସହର ରାଜୀବ ନଗରରେ ଯୁବକଙ୍କୁ ଆକ୍ରମଣ । ଆକ୍ରମଣକାରୀ ଧାରୁଆ ଅସ୍ତ୍ରରେ ଜଣକର ହାତ ପାପୁଲି କାଟି ଦେଲେ । ପୂରା ପାପୁଲିଟି ଅଲଗା ହୋଇଯାଇଛି । ଆହତ ଯୁବକଙ୍କ ନାଁ ଆଲୋକ ରଞ୍ଜନ ଦାସ । ଆଲୋକ କଟା ପାପୁଲି ସହିତ ବଲାଙ୍ଗିର ଡାକ୍ତରଖାନାରେ ପହଞ୍ଚିଥିଲେ । ତେବେ ସେଠାରେ ଅପରେସନ୍‌ ସମ୍ଭବ ନହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।
ସୂଚନା ଅନୁସାରେ ଆଲୋକ ଶୌଚ ପାଇଁ ଯାଇଥିବା ବେଳେ ଦୁଇ ଜଣ ଯୁବକ କୁନା ପାଢ଼ି ଓ ଘାସିରାମ ମାଝି ତାଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ସହିତ ଜଣେ ଯୁବତୀ ମଧ୍ୟ ଥିଲେ ବୋଲି ସୂଚନା ମିଳିଛି । ତେବେ ଆକ୍ରମଣ ପଛର କାରଣ କଣ ସେକଥା ସ୍ପଷ୍ଟ ହୋଇନାହିଁ । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.