କଣ ସେହି ୧୦ଟି କଥା ଯାହା ପୂରା ବିଶ୍ବ ଭାରତଠୁ ଶିଖିବା ଉଚିତ୍ ! ପଢନ୍ତୁ, ଗର୍ବରେ ଛାତି ହୋଇଯିବ ଚଉଡ଼ା

ଭାରତ ଏବେ ଏକ ବିକାଶଶୀଳ ଦେଶ । ଦୁର୍ନୀତି, ଗରିବି ଏବଂ ଅପରିସ୍କାରକୁ ବଢାଉଥିବା ଦେଶ । କଥା କଥାରେ ମାରି ହାଣି ଦେବାର ଦେଶ । ଏଠାକାର ପୁରୁଷ ନିଜ କାମ ଉତ୍ତେଜନାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ସୂର୍ଯ୍ୟାସ୍ତ ପରେ ଝିଅମାନେ ଛୋଟ କପଡା କିମ୍ବା ଜିନ୍ସ ପିନ୍ଧିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି । ଅଧିକାଂଶ ଅଂଚଳରେ ରହିଛି ଆଇନ କାନୁନର ସମସ୍ୟା । ଖାଦ୍ୟ ପାନୀୟରେ ରହିଛି ଅପମିଶ୍ରଣ । ବାୟୁ ପ୍ରଦୂଷଣ ସ୍ୱଚ୍ଛ ପାଣି ମଧ୍ୟ ପିଇବାକୁ ମିଳେ ନାହିଁ । ଏକଥା କହିବା ବି ଭୁଲ୍ ହେବନି ଯେ ଏଠାକାର ଲୋକଙ୍କୁ ଟୟଲେଟ୍ ବ୍ୟବହାର କରିବାର ଶିକ୍ଷା ଦେବା ପାଇଁ ହେଲେ ଟିଭିର ସାହାରା ନେବାକୁ ପଡୁଛି । ଇତ୍ୟାଦି ଇତ୍ୟାଦି …। ଏମିତି କିଛି ଟ୍ୟାଗ୍ ଲାଗିଛି ଆମ ଦେଶ ଭାରତ ପଛରେ ଆମ ବିଷୟରେ ଏମିତି କିଛି ଚିନ୍ତା କରନ୍ତି ବିଦେଶୀମାନେ । ଏହି ବିଦେଶୀମାନେ ଟୟଲେଟ୍ ପରେ ପାଣି ପରିବର୍ତ୍ତେ ଟିସ୍ୟୁ ପେପର୍ ବ୍ୟବହାର କରନ୍ତି କିନ୍ତୁ ଅପରିସ୍କାର ଭାରତକୁ ହିଁ କହିଥାନ୍ତି ।

ଏମାନଙ୍କୁ ଭାରତର ମହାନତା ଶିଖାଇବା ପାଇଁ ଏହି ରିପୋର୍ଟ ପ୍ରସ୍ତୁତ କରିଛୁ ଆମେ । କିନ୍ତୁ ଏହି ରିପୋର୍ଟ ତାଙ୍କ ଭାଷାରେ ନୁହେଁ ବରଂ ଆମ ଭାଷାରେ, ଓଡିଆରେ । କେବଳ ବିଦେଶୀମାନଙ୍କ ପାଇଁ ନୁହେଁ ବରଂ ଆମ ଦେଶର ସେହି ଲୋକଙ୍କ ପାଇଁ ମଧ୍ୟ ଏହି ରିପୋର୍ଟ ଯେଉଁମାନେ ଭାରତର ଜନସଂଖ୍ୟା ବଢି ଯାଉଛି ବୋଲି ମୁଣ୍ଡ ପିଟୁଛନ୍ତି । ଅନ୍ୟଦେଶ ପରି କାହିଁକି ନୁହେଁ ଆମ ଦେଶ ବୋଲି ଭାବୁଥିବା ସେହି ଲୋକଙ୍କ ପାଇଁ ଆମର ଏହି ରିପୋର୍ଟ । ଆଗାମୀ ସମୟରେ ପୂରା ବିଶ୍ବ ଆମ ଦେଶ ଆଡକୁ ଆସିବ, କିଛି ନୂଆ ଶିଖିବାକୁ । ସେହି ରହସ୍ୟ ଜାଣିବା ପାଇଁ ଯେ କେମିତି ହେଲା ଭାରତ ସୁପର ପାୱାର୍ । ବିଶ୍ବାସ କରନ୍ତୁ ଏମିତି ନିଶ୍ଚୟ ହେବ । ତେବେ ଆଜି ଆମେ ଭାରତକୁ ନେଇ ଏମିତି ୧୦ଟି କଥା କହିବୁ ଯାହାକୁ ପୂରା ବିଶ୍ବ ଆମଠୁ ଶିଖିବା ଉଚିତ୍ ।

ବିଶ୍ବର ସବୁଠାରୁ ବଡ଼ ଲୋକତନ୍ତ୍ର :

democracyଆଜି ଆମେ ଗରିବ, ଚଳିବ । ଆଜି ଆମେ ଟିକେ ଦୁର୍ନୀତିଗ୍ରସ୍ତ, ତାହା ବି ଚଳିବ । ଆମେ ହିଁ ଅଟୁ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ । ଯିଏକି ୨୦୧୪ରେ ସବୁଠାରୁ ବଡ଼ ନିର୍ବାଚନର ଆୟୋଜନ କରିଥିଲା । ଆଉ ଏଥିରେ ୬୧ କୋଟିରୁ ଅଧିକ ଭୋଟର ସଫଳତା ପୂର୍ବକ ମତଦାନ କରିଥିଲେ । ୨୦୧୯ ନିର୍ବାଚନରେ ଆଉ ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିବୁ । ଏତେ ସଂଖ୍ୟକ ଲୋକଙ୍କୁ ଏକାସାଥୀରେ ନେଇ ଚାଲିବାର ସାହସ ଯଦି ବିଶ୍ବର କୌଣସି ଦେଶରେ ଅଛି ତାହା କେବଳ ଭାରତ । ତେଣୁ ଗର୍ବରେ କୁହନ୍ତୁ ମୋ ଭାରତ ମହାନ୍, ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ପାଇଁ ।

ପଢ଼ିବାର ଅଭ୍ୟାସ :

readingଏକ ରିପୋର୍ଟ ମୁତାବକ, ଆମ ଦେଶ ବିଶ୍ବର ସବୁଠାରୁ ଅଧିକ ପଢୁଥିବା ଦେଶ । ଏକ ସର୍ଭେ ଅନୁସାରେ, ପ୍ରତି ଭାରତୀୟ ଏକ ସପ୍ତାହରେ ହାରାହାରି ୧୦.୪୨ ଘଂଟା କିଛି ନା କିଛି ପଢିଥାଏ । ତେଣିକି ତାହା ଖବରକାଗଜ ହେଉ ନା କାହିଁକି ।

ବଡ଼ଙ୍କୁ ସମ୍ମାନ :

joint familyପଶ୍ଚିମ ଦେଶରେ ମାତ୍ର ୧୪ / ୧୫ ବର୍ଷ ବୟସରେ ନିଜ ଘର ଛାଡି ଦେଇଥାନ୍ତି ପିଲାମାନେ । ନା ବାପା ମା’ଙ୍କୁ ପିଲାଙ୍କ ଚିନ୍ତା ଥାଏ ନା ପିଲାଙ୍କୁ ଥାଏ ବାପା ମା’ଙ୍କ ଚିନ୍ତା । ଏଭଳି ପରିବାରଠୁ ଲକ୍ଷେ ଗୁଣରେ ଭଲ ଆମ ଦେଶର ଯୌଥ ପରିବାର । କଥା କଥାରେ ପାଟିତୁଣ୍ଡ ହୋଇଥାଏ କିନ୍ତୁ ପ୍ରେମ, ସ୍ନେହ ଏବଂ ସଦଭାବ ଆଉ କେଉଁଠି ଦେଖିବାକୁ ମିଳେନାହିଁ । ବଡ଼ମାନଙ୍କ ସମ୍ମାନ କରିବା ଆମେ ଆମ ପରିବାରରୁ ହିଁ ଶିଖିଥାଉ । ତେଣୁ କୁହନ୍ତୁ ବଡ଼ଙ୍କୁ ଇଜ୍ଜତ ଦେଉଥିବା ଦେଶ ପାଇଁ ମେରା ଭାରତ ମହାନ ।

ଶୌଚ ହେବାର ସଠିକ୍ ତରିକା :

toiletମାନୁଛୁ ଦେଶର ଲୋକଙ୍କୁ ଶୌଚ କେଉଁଠି କରିବା, କରିବା ପରେ ହାତ କେମିତି ଧୁଆଯାଏ ଏହା କହିବାକୁ ପଡିଥାଏ । ତାହା ବି ଟିଭିରେ ବିଜ୍ଞାପନ ଦେଇ । କିନ୍ତୁ କେମିତି ଶୌଚ ହେବାକୁ ପଡିଥାଏ ଏହା ଆମର ପୂର୍ବପୁରୁଷମାନେ ବତାଇ ସାରିଛନ୍ତି । ଯଦି ଆପଣଙ୍କୁ ଆଣ୍ଠୁଗଣ୍ଠି ଜନିତ କୌଣସି ସମସ୍ୟା ନାହିଁ ତେବେ ଭାରତୀୟ ଟୟଲେଟ୍ ବିଦେଶ ଟୟଲେଟଠୁ ବହୁତ ଭଲ । ଏହା ଦ୍ବାରା ପେଟ ସମ୍ପୂର୍ଣ୍ଣ ସଫା ହୋଇଥାଏ । କିନ୍ତୁ ୱେଷ୍ଟର୍ଣ୍ଣ ଟୟଲେଟରେ ଜୋର ଲଗାଇବାକୁ ପଡିଥାଏ । ଯାହା ଫଳରେ ପାଇଲ୍ସ ଭଳି ସମସ୍ୟା ହୋଇଥାଏ । କେବଳ ସେତିକି ନୁହେଁ ଭାରତରେ ଶୌଚ ପରେ ପାଣି ବ୍ୟବହାର କରିଥାନ୍ତି । କିନ୍ତୁ ପଶ୍ଚିମ ଦେଶରେ ପେପର୍ ବ୍ୟବହାର କରିଥାନ୍ତି । ଯାହା ଫଳରେ ଇନଫେକ୍ସନର ସମସ୍ୟା ବଢିଯାଇଥାଏ ।

ଭାରତର ସାଇଣ୍ଟିଫିକ୍ ଇନୋଭେସନ୍ :

missileସଂଚୟ କରିବା ସେହିଁ ଜାଣିଥାଏ ଯାହାକୁ ଧନର ମୂଲ୍ୟ ଜଣାଥାଏ । ଧନ ଅର୍ଜନ ପାଇଁ ପରିଶ୍ରମ କରିବାକୁ ପଡିଥାଏ । ଭାରତର ଇସ୍ରୋରୁ ପୂରା ବିଶ୍ବକୁ ଶିକ୍ଷା ନେବାର ଅଛି । ଆମର ଦୁର୍ନୀତିଗ୍ରସ୍ତ ସରକାର ପୂରା ଟଙ୍କା ଖାଇବା ପରେ ଯେଉଁ ଟଙ୍କା ବଳିଥାଏ ସେଥିରେ ବି ଆମ ବୈଜ୍ଞାନିକମାନେ ଏମିତି ଏମିତି ଉପକରଣ ନିର୍ମାଣ କରୁଛନ୍ତି, ଏଭଳି ଟେକ୍ନୋଲୋଜି ବିକଶିତ କରୁଛନ୍ତି ଯେଉଁଥିରେ ଚାନ୍ଦ ଛାଡନ୍ତୁ ମଙ୍ଗଳ ଯାଏ ଯାନ ଚାଲି ଯାଉଛି । ଆଉ ଯେଉଁ ଟଙ୍କା ଏହି ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ଲାଗୁଛି ତାହା ତ ହଲିଉଡ ଫିଲ୍ମ ଗ୍ରାଭିଟିଠୁ ମଧ୍ୟ କମ୍ । ଯେତେବେଳେ ବିଶ୍ବ ସ୍ବପ୍ନ ଦେଖିବାରେ ଲାଗିଥିଲା ସେତେବେଳେ ଦେଶର କର୍ମଠ ବୈଜ୍ଞାନିକ ଇତିହାସ ରଚିଥିଲେ । ସାଇକେଲରେ ସାଟେଲାଇଟ୍ ନେବାଠାରୁ ଆରମ୍ଭ କରି ମଙ୍ଗଳ ଯାତ୍ରା ପର୍ଯ୍ୟନ୍ତ ଇସ୍ରୋକୁ କେନ୍ୟୁଜର ସଲାମ ।

ଭାରତର ଶରଣାର୍ଥୀଙ୍କୁ ନେଇ ପଲିସି :

refuseeଯେତେବେଳେ ଆମେରିକା ସମେତ ବିଶ୍ବର ସମସ୍ତ ଦେଶ ନିଜକୁ ସୁପରପାୱାର କହୁଛନ୍ତି କିନ୍ତୁ ମାନବିକତାକୁ ଭୁଲି ନିଜ ଦେଶରେ ଶରଣାର୍ଥୀଙ୍କୁ ପଶାଇ ଦେଉନାହାଁନ୍ତି, ସେତେବେଳେ ଭାରତ ହାତ ମେଲାଇ ମାନବିକତାର ସବୁଠାରୁ ବଡ଼ ପାଠ ବିଶ୍ବବାସୀଙ୍କୁ ପଢାଇଛି ଅତିଥି ଦେବୋ ଭବ । ଆଜି ଯାଏ ଆମେ କୌଣସି ବି ଶରଣାର୍ଥୀଙ୍କୁ ବାହାରର ରାସ୍ତା ଦେଖାଇ ନାହୁଁ । ତେବେ ଏକଥା ଅଲଗା ଯେ ଆଜିକାଲି ମାହୋଲ୍ କିଛି ଅଲଗା ।

ଭାରତରେ ବିବିଧତା :

Indira Gandhiଭାରତ ସେହି ଦେଶ ଯାହାକୁ ନେଇ ବିଦେଶୀମାନେ କୁହନ୍ତି ଏଠାରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ଏଠାରେ ମହିଳାଙ୍କ ଜୀବନ ନର୍କ । ଏଠାରେ ହିନ୍ଦୁ ବ୍ୟତୀତ ଅନ୍ୟ ଧର୍ମର ହେବା ଏକ ଅଭିଶାପ । କିନ୍ତୁ ସେମାନଙ୍କୁ କିଏ କହିବ ବିଶ୍ବର ସବୁଠାରୁ ବଡ଼ ଲୋକତନ୍ତ୍ରରେ ଅଳ୍ପ କିଛି ମାମଲା ହୋଇଗଲେ ତା ମାନେ ନୁହେଁ ଯେ ପୂରା ଦେଶ ଏବଂ ଏଠାରେ ରହୁଥିବା ସମସ୍ତ ଲୋକ ରାକ୍ଷସ । ଜାଣି ଖୁସି ହେବେ ଭାରତ ହିଁ ଏମିତି ଏକ ଦେଶ ଯେଉଁଠି ୭୫ ବର୍ଷର ଇତିହାସରେ ୧୭ ବର୍ଷ ଯାଏ ଜଣେ ମହିଳା ହିଁ ଏକା ଦେଶକୁ ଶାସନ କରିଥିଲେ, ପ୍ରଧାନମନ୍ତ୍ରୀ ହୋଇ । କିନ୍ତୁ ଆମେରିକା ଆଜି ଯାଏଁ ନିଜର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ମୁହଁ ମଧ୍ୟ ଦେଖିପାରିନାହିଁ । ଆମର ୧୪ଜଣଙ୍କ ମଧ୍ୟରୁ ୫ ଜଣ ରାଷ୍ଟ୍ରପତି ହିନ୍ଦୁ ନଥିଲେ । ଆମେରିକା ତ ପ୍ରଥମ ମୁସଲିସ୍ ରାଷ୍ଟ୍ରପତି ନିକଟରେ ଦେଖିଲା ଓବାମାଙ୍କ ଫର୍ମରେ । ଭାରତର ବିବିଧତା ମଧ୍ୟରୁ ପୂରା ବିଶ୍ବକୁ ଶିକ୍ଷା ନେବାର ଅଛି ।

ଭାରତର ଇଭେଣ୍ଟ ମ୍ୟାନେଜମେଂଟ୍ :

kumbh melaଆମମାନଙ୍କଠୁ ବଡ଼ ଇଭେଣ୍ଟ ମ୍ୟନେଜର୍ ଆଉ କେହି ହୋଇପାରିବେନି । ଆମେ ୮ କୋଟି ଲୋକଙ୍କୁ ଗୋଟିଏ ଇଭେଣ୍ଟରେ ଗୋଟିଏ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଏକାଠି କରୁଛୁ । ଏହି ଇଭେଣ୍ଟର ନାଁ ଥିଲା କୁମ୍ଭମେଳା । ଯାହାକୁ ଆମେ କାହିଁ କେଉଁ କାଳରୁ ଆୟୋଜନ କରିଆସୁଛୁ । ଏବେ ଚିନ୍ତା କରନ୍ତୁ ଭାରତରେ ଏତେ ବଡ଼ ଇଭେଣ୍ଟ ବିନା କୌଣସି ଦୁର୍ଘଟଣାରେ କେମିତି ସମ୍ପୂର୍ଣ୍ଣ ହେଉଛି ।

ଆଧ୍ୟାତ୍ମିକତା, ସର୍ବଧର୍ମସମନ୍ବୟ :

multicultureପୂରା ବିଶ୍ବରେ ଭାରତ ଏମିତି ଏକ ଦେଶ ଯେଉଁଠି ଆଧ୍ୟାତ୍ମିକତାର ସମାଗମ ଦେଖିବାକୁ ମିଳେ । ଯେତିକି ବି ଧର୍ମ ଆମ ଦେଶରେ ଅଛି ସେତିକି ଧାର୍ମିକ ବିବିଧତା ବିଶ୍ବର କୌଣସି ବି ଦେଶରେ ନାହିଁ । ଆଉ ସବୁ ଧର୍ମ ଆମଦେଶରେ ପବିତ୍ର ବୋଲି କୁହାଯାଏ । ସମସ୍ତେ ଶାନ୍ତିର ବାର୍ତ୍ତା ଦେଇଥାନ୍ତି । ତେବେ ଏକଥା ଭିନ୍ନ ଯେ କିଛି ନେତା ନିଜକୁ ବଂଚାଇବାକୁ ଧର୍ମକୁ ଢାଲ ଭଳି ବ୍ୟବହାର କରିଥାନ୍ତି । ନଚେତ୍ ଯେଉଁ ଶାନ୍ତି, ଯେଉଁ ଆଧ୍ୟାତ୍ମିକତା, ଯେଉଁ ଆନନ୍ଦ ଆମ ଦେଶରେ ଅଛି ତାହା ବିଶ୍ବର ଅନ୍ୟ କୌଣସି ଦେଶରେ ନାହିଁ ।

ଯୋଗାଡ :

Indian Jugaadଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହା ଆମ ଭାରତୀୟଙ୍କ କାମ କରିବାର ମୂଳ ତରିକା । ଯଦି ଯୋଗାଡ କରିବାର ତରିକା ବିଶ୍ବର କୌଣସି ଦେଶ ଶିଖାଇ ପାରେ ତାହା ହେଉଛି ଭାରତ । ଯୋଗାଡ ପାଇଁ ଯଦି ନୋବେଲ୍ ପୁରସ୍କାର ମିଳେ ତେବେ କୌଣସି ଭାରତୀୟଙ୍କୁ ହିଁ ମିଳିବ । ଭାରତର ମଙ୍ଗଳୟାନ ମିଶନର ବଜେଟ୍ ଥିଲା ୭୯ ମିଲିୟନ୍ ଡଲାର୍ । ଆଉ ଏହି ସମାନ ମିଶନ୍ ଆମେରିକା କରିଥିଲା ୬୭୧ ମିଲିୟନ୍ ଡଲାର୍ । ବହୁତ କମ ଖର୍ଚ୍ଚରେ ଯୋଗାଡ ମାଧ୍ୟମରେ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଂଚି ଯାଇଥିଲା ଭାରତ । ଟଙ୍କାରେ ପଛେ ଆମେ ଗରିବ ହୋଇଥାଉ କିନ୍ତୁ ଆମ ମସ୍ତିସ୍କ ହେଉଛି ଧନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.