ପୁଣି ରାଜ୍ୟରେ କାଳବୈଶାଖୀ, ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ରହିବ ପ୍ରକୋପ

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ରାଜ୍ୟରେ କାଳବୈଶାଖି ଆଶଙ୍କା। ଆଜିଠାରୁ ଚାରିଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏନେଇ ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳ ଗୁଡିକରେ ଆଜି ଏବଂ କାଲି ସନ୍ଧ୍ୟା ପରଠାରୁ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ତରଫରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର ଓ ନାୟଗଡ଼ ଜିଲ୍ଲାକୁ ସର୍ତକ କରାଯାଇଛି।  ଏପରି ପାଗ ଆସନ୍ତା ୪-୫ ଦିନ ରହିବ। ତାତି କମ ରହିବାର ସମ୍ଭାବନା ଥିବା ବେଳେ ସନ୍ଧ୍ୟା ସମୟରେ ବର୍ଷାର ସମ୍ଭାବନା ରହିଛି।