Below header

ଜମିବାଡି ଓ ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ମାରଣାନ୍ତକ ଆକ୍ରମଣ, ଭାଇରାଲ୍ ହେଉଛି ଭିଡିଓ

ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଜମିବାଡି ଓ ପୂର୍ବ ଶତ୍ରୁତାକୁ ନେଇ ପଡିଶା ଘରର ପରିବାର ସଦସ୍ୟ  ମାନେ ବିଭିନ୍ନ ମାରଣାସ୍ତ୍ରରେ , ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାନ୍ତକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନୟାଗଡ ଘଟଣା ଥମି ନଥିବା ବେଳେ ଡେଲାଙ୍ଗରେ ଜଣେ ମହିଳାଙ୍କୁ ଯୁବକ ମାନେ ମିଳିତ ହୋଇ ମାଡ ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପୋଲିସ ସୁତ୍ରରୁ ପ୍ରକାଶ ଯେ,  ହରିରାଜପୁର ଗ୍ରାମର କବିତା ପ୍ରଧାନ, ସ୍ୱାମୀ କାଳନ୍ଦି ପ୍ରଧାନ ଓ ତାଙ୍କ ପୁଅ ,ଝିଅଙ୍କ ଉପରେ ପଡିଶା ଘରର ପୁରୁଷ , ମହିଳା ମାନେ ମିଳିତ ହୋଇ କବିତାଙ୍କ ଘର ପାଚୋରୀ ଡେଇଁ କିଛି ବୁଝିବା ଆଗରୁ  ଆକ୍ରମଣ କରିଥିଲେ । କବିତାଙ୍କୁ ମାଡ ମାରୁଥିବା ବେଳେ ତାଙ୍କ ଝିଅ ଭିଡିଓ ରେକଡିଂ କରୁଥିବା ଦେଖି ଝିଅକୁ ମଧ୍ଯ ମାଡ ମାରିବା ସହିତ ମୋବାଇଲ ଛଡାଇ ନେଇଥିଲେ । ଏପରିକି କବିତାଙ୍କୁ ମାଡ ମାରି ଗୋଡ ହାତ ଭାଙ୍ଗିଦେଇଥିବା ଜଣାପଡିଛି ।

ରତିକାନ୍ତ ପାତ୍ର, ପ୍ରସାନ୍ତ ପାତ୍ର, ସୁଶାନ୍ତ ପାତ୍ର, ମାନସୀ ପାତ୍ର ପ୍ରମୁଖଙ୍କ ନାମରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । କବିତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଡେଲାଙ୍ଗ ଥାନା ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବାବେଳେ ଏହାକୁ ନେଇ ମହିଳା ସଂଗଠନ ପକ୍ଷରୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ତଦନ୍ତ ପରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେଲାଙ୍ଗ ଥାନା ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.