ମ୍ଯାକ୍ସୱେଲଙ୍କ ବିସ୍ଫୋରକ ସର୍ଟ ଉପରେ ଲାଗିପାରେ ପ୍ରତିବନ୍ଧକ, ICC କୁ ଦାବି କଲେ ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ ଅଷ୍ଟ୍ରେଲିଆ ହାତକୁ ଚାଲିଯାଇଛି। ୩ଟି ମ୍ଯାଚ୍ ଏହି ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ବାଜି ନେଇଛି। ଦୁଇଟି ଯାକ ମ୍ଯାଚରେ ଟିମ୍ ଇଣ୍ଡିଆକୁ ବଡ ସ୍କୋର ଦେଇଥିଲା। ଏହି ଦୁଇଟି ଯାକ ମ୍ଯାଚରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ଯାକ୍ସୱେଲ ବିସ୍ଫୋରକ ଇନିଂସ ଖେଳିଛନ୍ତି। ମ୍ଯାକ୍ସୱେଲଙ୍କ ଏପରି ପ୍ରତିଭାରେ ବେଶ୍ ଖୁସି ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ। କିନ୍ତୁ ଚାପେଲ ହିଁ ମ୍ଯାକ୍ସୱେଲଙ୍କ ଏକ ସର୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି।

ମ୍ଯାକ୍ସୱେଲ ଭାରତ ବିରୋଧରେ ଖେଳିଥିବା ଇନିଂସ ଦେଖି ବେଶ ପ୍ରଶଂସା କରିଥିଲେ ଚାପେଲ। କିନ୍ତୁ ଏହି ମ୍ଯାଚ ସମୟରେ ଅନେକ ଥର ମ୍ଯାକ୍ସୱେଲ ସ୍ବିଚ ହିଟ୍ ଲଗାଇ ଛକା ମାରିଥିଲେ। ଏହି ସର୍ଟ ଦେଖି ଚାପେଲ ଖୁସି ନାହାନ୍ତି। ସେ କହିଥିଲେ, ଏମିତି କରିବା ଫଳରେ ବୋଲର ଉପରେ ଅନ୍ଯାୟ ହେଉଛି ଏବଂ ଏହା ଉପରେ ଆଇସିସି ପ୍ରତିବନ୍ଧକ ଲଗାଇବା ଉଚିତ।

maxwell

ଚାପେଲ ଆହୁରି ମଧ୍ୟ କହିଛନ୍ତି, ବୋଲର ବୋଲିଂ ଅନୁଯାୟୀ ଟିମ୍ ର ଅଧିନାୟକ ଫିଲ୍ଡିଂ ସଜାଇଥାନ୍ତି, ଯଦି ସେ ଏମିତି ବାମ, ଡାହାଣ ହୋଇ ସର୍ଟ ଖେଳିବେ, ତେବେ କେମିତି ହେବ। ଜଣେ ବ୍ଯାଟ୍ସମ୍ଯାନଙ୍କୁ ଭଲ ଫୁଟୱାର୍କ କିମ୍ବା ଯେକୌଣସି ପ୍ରକାର ଖେଳିବାରେ ସକ୍ଷମ ସେ କରିପାରିବେ, କିନ୍ତୁ ଏମିତି ବାରମ୍ବାର କରିବା ଜଣେ ବୋଲର ପାଇଁ ଅନ୍ଯାୟପୂର୍ଣ୍ଣ ହେବ। ମୋତେ ଏହି କଥା ବିରକ୍ତି ଲାଗେ। ଯଦି ଜଣେ ବୋଲର କିମ୍ବା ବ୍ଯାଟ୍ସମ୍ଯାନ ଏପରି ଅଦଳବଦଳ କରି ସର୍ଟ ଖେଳେ, ତେବେ ଏହା ଅବୈଧ ହେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.