ଏବେ ବିନା ହେଡ୍ ଫୋନରେ ବି ସିକ୍ରେଟ୍ ରେ ଶୁଣିପାରିବେ WhatsApp ଅଡ଼ିଓ ମେସେଜ୍, ଜାଣନ୍ତୁ କିପରି

ପ୍ରାୟ ସମୟରେ ହ୍ଵାଟସଆପ୍ ରେ କିଏ କିଏ ଅଡିଓ ମେସେଜ୍ ପଠାଇଥାନ୍ତି। କିନ୍ତୁ ଏହି ସମୟରେ ଯଦି ଆପଣ କୌଣସି ଜରୁରୀ ମିଟିଂରେ ବସିଥାନ୍ତି ଆଉ ଆପଣଙ୍କ ପାଖକୁ କିଛି ଅଡିଓ ମେସେଜ୍ ଆସିଥାଏ, ତେବେ ସେହି ସମୟରେ ଆପଣ ଏହି ମେସେଜ୍ ଶୁଣିପାରନ୍ତି ନାହିଁ। କାରଣ ଆପଣ ମେସେଜ୍ ଅନ୍ କରି ଶୁଣିବା ମାତ୍ରେ ହିଁ ମିଟିଂରେ ଥିବା ସବୁ ଲୋକଙ୍କ ନଜର ଆପଣଙ୍କ ଉପରେ ପଡିଥାଏ। ଏଥିସହ ଏପରି କରିବା ଦ୍ୱାରା ମିଟିଂ ପ୍ରତି ଆପଣଙ୍କ ଦାୟିତ୍ୱହୀନତା ଦର୍ଶାଇ ଥାଏ। କିନ୍ତୁ WhatsApp ର ଏକ ଫିଚର୍ ସାହାଯ୍ୟରେ ଆପଣ ଏଭଳି ସ୍ଥିତିରୁ ରକ୍ଷା ପାଇପାରିବେ ଏବଂ ସିକ୍ରେଟ(ଗୁପ୍ତ)ରେ ଅଡ଼ିଓ ମେସେଜ୍‌ ଶୁଣି ପାରିବେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଫିଚର୍।

whatsapp messageବିନା ହେଡଫୋନ୍ ରେ ବି ସିକ୍ରେଟ୍ ରେ ଏପରି ଶୁଣନ୍ତୁ ଅଡିଓ ମେସେଜ୍

ସୂଚନା ମୁତାବକ WhatsApp ରେ କୌଣସି ଖାସ୍ ନାଁରେ ଏହି ଫିଚର୍ କୁ ଲିଷ୍ଟ କରାଯାଇନାହିଁ। ଏଥିସହ ଏହି ଫିଚର୍ ପାଇଁ ଆପଣଙ୍କୁ ନିଜର ହ୍ଵାଟସଆପ୍ ଅପଡେଟ୍ କରିବା ଆବଶ୍ୟକ ନାହିଁ। ଏହା ଏକ ପ୍ରକାର WhatsApp ଟ୍ରିକ୍, ଯେଉଁ ‘କି’ (ବଟନ୍) କେବଳ ଅଡିଓ ଫାଇଲ୍ ପାଇଁ ରହିଛି। ଏହା ସାହାଯ୍ୟରେ ଆପଣ ସିକ୍ରେଟ୍ ର ସହ ଅଡିଓ ମେସେଜ୍ ଶୁଣି ପାରିବେ।

whatsapp messageକିପରି କରିବେ ବ୍ୟବହାର

WhatsApp ର ଅଡିଓ ଫାଇଲକୁ ସିକ୍ରେଟ୍ ଉପାୟରେ ପ୍ଲେ କରିବା ପାଇଁ ଆପଣଙ୍କୁ ପ୍ଲେ ବଟନ୍ ଉପରେ ଟ୍ୟାପ୍ କରି ଫୋନକୁ ନିଜ କାନ ପାଖରେ ରଖିବାକୁ ପଡ଼ିବ। ଏହିଭଳି ଭାବରେ ଆପଣଙ୍କ ଅଡିଓ ଫାଇଲ୍ ସ୍ପିକର ପରିବର୍ତ୍ତେ ଇୟରପିସ୍ ମାଧ୍ୟମରେ ପ୍ଲେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.