ଲୁଟ୍ ଘଟଣାରେ ଅଭିଯୁକ୍ତକୁ ଖସାଇ ଦେବା ପାଇଁ ଥାନା କର୍ମଚାରୀ ମାଗିଥିଲେ ଟଙ୍କା, ଭାଇରାଲ ହେଉଛି ଅଡିଓ ଟେପ୍‌

କଟକ: ଏକ ଲୁଟ ଘଟଣାରେ ଜଣେ ଅଭିଯୁକ୍ତକୁ ଖସାଇ ଦେବା ପାଇଁ ଥାନା କର୍ମଚାରୀ ଟଙ୍କା ମାଗିବା ନେଇ ଅଡିଓ ଟେପ୍‌ ଭାଇରାଲ । ଅଭିଯୁକ୍ତଙ୍କ ପତ୍ନୀ ଅଡିଓ ଟେପ୍‌ ଭାଇରାଲ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଖୁଣ୍ଟୁଣୀ ଅଞ୍ଚଳର ରମେଶ ଚନ୍ଦ୍ର ଶତପଥୀଙ୍କୁ ଘରୁ ଉଠାଇଥିଲା ପୋଲିସ । ତାଙ୍କୁ ଛାଡ଼ିବା ପାଇଁ ୫୦ ହଜାର ଟଙ୍କା ମାଗିଥିଲା ପୋଲିସ। ରମେଶଙ୍କ ପତ୍ନୀ ୩୦ ହଜାର ଟଙ୍କା ଯୋଗାଡ଼ କରି ଥାନାକୁ ଫୋନ୍‌ କରିଥିଲେ । କିନ୍ତୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଦେଇଥିଲା ପୋଲିସ । ଅନ୍ୟପଟେ ଲୁଟ୍‌ ଟଙ୍କା ରିକଭରି ପାଇଁ ପୋଲିସ ଏଭଳି ଏକ ପ୍ରିପ୍ଲାନ୍‌ କରିଥିଲା ବୋଲି ଆଇଆଇସି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.