Below header

ଟଙ୍କା ନଦେବାରୁ ଚିକିତ୍ସା ପାଇଁ ଆସିଲେନି ଡାକ୍ତର ଓ ନର୍ସ, ଚାଲିଗଲା ନବଜାତ ଶିଶୁର ଜୀବନ

ଢେଙ୍କାନାଳ(କେନ୍ଯୁଜ୍): ଚିକିତ୍ସା ଅବେହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ। ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା ଓ ଉତ୍ତେଜନା। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ଢେଙ୍କାନାଳ କାରିଗର ସାହିର ଜଣେ ଗର୍ଭବତୀ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରସବ କରାଇବା ପାଇଁ ଡାକ୍ତର ଓ ନର୍ସ ୧୨ହଜାର ଟଙ୍କା ମାଗିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଟଙ୍କା ନଦେବାରୁ ଚିକିତ୍ସା ପାଇଁ କେହି ଆସିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.