ଦ୍ୱାଦଶ ଖେଳାଳିର ଭୂମିକା ତୁଲାଇବାକୁ ଯାଇ ପଡିଆକୁ ପାଣି ବୋତଲ ଓ ଜୋତା ବୋହିଲେ ସର୍ଫରାଜ, ପ୍ରଶଂସକ ହେଲେ ନିରାଶ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଚୂଡାନ୍ତ ଏକାଦାଶ ବାହାରେ ଦ୍ୱାଦଶ ଖେଳାଳି ଭାବେ ପାକିସ୍ତାନ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ମ୍ୟାଚ ଅବସରରେ ବିଶେଷ କରି ବିରତି ବେଳେ ସେ ଦ୍ୱାଦଶ ଖେଳାଳିର ଭୂମିକା ତୁଲାଇବାକୁ ଯାଇ ପଡିଆକୁ ପାଣି ବୋତଲ ଏବଂ ଜୋତା ବୋହୁଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଘଟଣା ପାକିସ୍ତାନୀ କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି।

କିନ୍ତୁ ଏଭଳି ସମାଲୋଚନାକୁ ଏଡାଇ ଯାଇଛନ୍ତି ପାକିସ୍ତାନ ଦଳର ପ୍ରଶିକ୍ଷକ ମିସ୍‌ବା ଉଲ୍‌ ହକ୍‌। ସେ କହିଛନ୍ତି ସର୍ଫରାଜ ହେଉଛନ୍ତି ଜଣେ ମହାନ ଦଳୀୟ ବ୍ୟକ୍ତିତ୍ୱ। ଦ୍ୱାଦଶ ଖେଳାଳି ଦାୟିତ୍ୱ ତୁଲାଇଥିବାରୁ ପ୍ରଶଂସନୀୟ। ତାହା କରି ସେ ମଧ୍ୟ କ୍ରୀଡା ମନୋଭାବର ପରିଚୟ ଦେଇଛନ୍ତି। ନିଜେ ଖେଳିବା ସମୟରେ ସେ ମଧ୍ୟ ଅଧିନାୟକ ଥିବା ସତ୍ତ୍ୱେ କିପରି ଥରେ ପଡିଆକୁ ପାଣି ବୋତଲ ବୋହିଥିଲେ ବୋଲି ସେ କଥା ଉଦାହରଣ ଦେଇଛନ୍ତି ମିସ୍‌ବା। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ମୁଁ ଅଧିନାୟକ ଥାଏ। ଗୋଟିଏ ମ୍ୟାଚ ପାଇଁ ଦଳ ବାହାରେ ଥିଲି ଏବଂ ସେହି ମ୍ୟାଚରେ ଦ୍ୱାଦଶ ଖେଳାଳି ଭାବେ ପଡିଆକୁ ପାଣି ବୋହିଥିଲି। ଏଥିରେ ଲଜ୍ଜା ବା ସଂକୋଚ କରିବାର କୌଣସି କାରଣ ନଥାଏ ବୋଲି ମିସ୍‌ବା କହିଛନ୍ତି।

55

ଯେଉଁମାନେ ସର୍ଫରାଜଙ୍କ ଭଳି ଜଣେ ପୂର୍ବତନ ଅଧିନାୟକଙ୍କୁ ଦ୍ୱାଦଶ ଖେଳାଳି ଭୂମିକା ତୁଲାଇବାକୁ ନାପସନ୍ଦ କରୁଥିଲେ ସେମାନଙ୍କୁ ଖୁବ୍‌ ବାଧିଛି। ପୂର୍ବତନ ପାକ ଦ୍ରୁତ ବୋଲର ସୋଏବ ଅଖତର ମଧ୍ୟ ଏହି ଘଟଣାରେ ଦଳୀୟ ମ୍ୟାନେଜମେଣ୍ଟକୁ କଟୁ ସମାଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.