Below header

ସରିଲା ବଡ଼ ଓଷା; ଧବଳେଶ୍ୱର ପୀଠରେ ଲାଗି ହେଲା ବାବାଙ୍କ ପ୍ରିୟ ଗଜଭୋଗ

ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେଲା ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ । ବଡ଼ଓଷାର ମୁଖ୍ୟ ଆକର୍ଷଣ ଗଜଭୋଗ ଓ ତରଣ। ଶୁଦ୍ଧ ପୂତ ଭାବେ ପ୍ରସ୍ତୁତ ପରେ ବାବାଙ୍କ ପାଖରେ ଲାଗି ହୋଇଛି ଗଜଭୋଗ।

ଆଠଗଡ଼ (କେନ୍ୟୁଜ): ପଞ୍ଚୁକରେ ଲାଗି ହେଲା ବାବାଙ୍କ ପ୍ରିୟ ଗଜଭୋଗ । ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେଲା ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ । ବଡ଼ଓଷାର ମୁଖ୍ୟ ଆକର୍ଷଣ ଗଜଭୋଗ ଓ ତରଣ। ଶୁଦ୍ଧ ପୂତ ଭାବେ ପ୍ରସ୍ତୁତ ପରେ ବାବାଙ୍କ ପାଖରେ ଲାଗି ହୋଇଛି ଗଜଭୋଗ। ପରେ ଭକ୍ତ ଓ ଶ୍ରଦ୍ଧାଳୁ ଭୋଗ ପାଇ ବେଶ ଆନନ୍ଦିତ। ବଡ଼ସିଂହାର ସହିତ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ବର୍ଷ ଯାକର ଅପେକ୍ଷା ପରେ ଏହି ପ୍ରତିକ୍ଷିତ ଭୋଗ ପାଇ ବ୍ରତ ଉଦଯାପନ କରିଥାନ୍ତି ବ୍ରତଧାରୀ।

ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି। ଅତି ଶୁଦ୍ଧ ପୂତ ଭାବେ ପୂଜକ ପରିବାର ଏହି ସ୍ୱତନ୍ତ୍ର ଧରଣର ଭୋଗ ପ୍ରସ୍ତୁତ କରି ବାବା ଧବଳେଶ୍ୱରଙ୍କ ନିକଟରେ ଅର୍ପଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.