ବଙ୍ଗୋପସାଗରରେ ଲଘୁଚାପ ନେଇପାରେ ବାତ୍ୟାର ରୂପ, ଅନ୍ତର୍ଜାତୀୟ ପାଣିପାଗର ପୂର୍ବାନୁମାନ

ବଙ୍ଗୋପସାଗରରେ ଲଘୁଚାପ ନେଇପାରେ ବାତ୍ୟାର ରୂପ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ । ତାଙ୍କ ଆକଳନ କହୁଛି, ମାଲେସିଆ ନିକଟରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଆଜି ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ଏହାପରେ ବଙ୍ଗୋପସାଗରକୁ ଆସିବ ଲଘୁଚାପ ।

(କେନ୍ୟୁଜ): ବଙ୍ଗୋପସାଗରରେ ଲଘୁଚାପ ନେଇପାରେ ବାତ୍ୟାର ରୂପ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ । ତାଙ୍କ ଆକଳନ କହୁଛି, ମାଲେସିଆ ନିକଟରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଆଜି ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ଏହାପରେ ବଙ୍ଗୋପସାଗରକୁ ଆସିବ ଲଘୁଚାପ । ଅଧିକ ଘନୀଭୂତ ହୋଇ ଆସନ୍ତା ସପ୍ତାହ ମଧ୍ୟଭାଗରେ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରେ ଏହା ବାତ୍ୟା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପରବର୍ତ୍ତୀ ସପ୍ତାହରେ ପୂର୍ବ ଭାରତ ଓ ବାଂଲାଦେଶ ଉପକୂଳକୁ ବିପଦ ସୃଷ୍ଟି କରିବା ପୂର୍ବରୁ ଏହା ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ହେଲେ ନାଁ ରହିବ ମିଚାଉଙ୍ଗ ।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନି । ଆଇଏମଡି କହିଛି, ୨୭ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ହେବ । ଏହା ଘନୀଭୂତ ହୋଇ ୨୯ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.