Below header

ଉତ୍ତରକାଶୀ ଟନେଲ୍ ଟ୍ରାଜେଡି: ଭାଙ୍ଗିଲା ମେସିନ୍‌, ଏବେ ଭର୍ଟିକାଲ୍ ଡ୍ରିଲିଂ ଉପରେ ଭରସା

ଉତ୍ତରକାଶୀ ଟନେଲ୍ ଟ୍ରାଜେଡି।୪୮ ମିଟର ଡ୍ରିଲିଂ ସରିଥିବା ବେଳେ ଆହୁରି ୧୨ରୁ ୧୪ ମିଟର କାମ ବାକି ରହିଛି। ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବା ପରେ ଏହାକୁ କଟାଯାଇ ବ୍ଲେଡର ଭଗ୍ନାଂବଶେଷକୁ ବାହାର କରାଯାଉଛି। ଆଜି ଏହା ସଂପୂର୍ଣ୍ଣ ହେବା ପରେ ମାନୁଆଲ ଡ୍ରିଲିଂ ଆରମ୍ଭ ହେବ।

ନୂଆଦିଲ୍ଲୀ: କେବେ ଟନେଲରୁ ଉଦ୍ଧାର ହେବେ ଫସିଥିବା ୪୧ ଶ୍ରମିକ? ଦିନ ଯେତେ ଗଡୁଛି, ସୁରକ୍ଷିତ ଉଦ୍ଧାର ନେଇ ବଢୁଛି ଉତ୍କଣ୍ଠା। ୪୮ ମିଟର ଡ୍ରିଲିଂ ସରିଥିବା ବେଳେ ଆହୁରି ୧୨ରୁ ୧୪ ମିଟର କାମ ବାକି ରହିଛି। ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବା ପରେ ଏହାକୁ କଟାଯାଇ ବ୍ଲେଡର ଭଗ୍ନାଂବଶେଷକୁ ବାହାର କରାଯାଉଛି। ଆଜି ଏହା ସଂପୂର୍ଣ୍ଣ ହେବା ପରେ ମାନୁଆଲ ଡ୍ରିଲିଂ ଆରମ୍ଭ ହେବ। ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା ହୋଇଥିବା ବେଳେ ଏଥିପାଇଁ ୧୮ରୁ ୨୪ ଘଣ୍ଟା ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

ସେହିପରି ସତଲେଜ ଜଳ ବିଦ୍ୟୁତ ନିଗମ ପକ୍ଷରୁ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ କରାଯିବ। ଏଥିପାଇଁ ମେସିନ୍ ପ୍ରସ୍ତୁତ ହୋଇ ରହିଛି। ଟନେଲ ଉପରୁ ଗାତ କରି ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି । ଟନେଲ ମଧ୍ୟରୁ ଶ୍ରମିକ ବାହାରିବା ବେଳକୁ ଖ୍ରୀଷ୍ଟମାସ ହୋଇଯାଇପାରେ। ଏଭଳି ଆକଳନ କରିଛନ୍ତି ରେସକ୍ୟୁର ନିରୀକ୍ଷଣ କରୁଥିବା ଅନ୍ତର୍ଜାତୀୟ ଟନେଲ ଏକ୍ସପର୍ଟ ଆର୍ଣ୍ଣଲଡ ଡିକ୍ସ। ରେସକ୍ୟୁ ପାଇଁ ବିଭିନ୍ନ ବିକଳ୍ପକୁ ଅନୁଧ୍ୟାନ କରାଯାଉଛି।

ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଥିବା ବେଳେ, ଆଉ କେତେ ସମୟ ଲାଗିବ, ଏବେଠୁ ସଠିକ ଭାବେ କହିବା କଷ୍ଟକର ବୋଲି କହିଛନ୍ତି ଉଦ୍ଧାରକାରୀ ଅଧିକାରୀ। ସେ କହିଛନ୍ତି ଯେ, ମାନୁଆଲ୍ ଡ୍ରିଲିଂ ଆରମ୍ଭ ହେବା ପରେ ହିଁ ସକରାତ୍ମକ ସୂଚନା ଦେଇହେବ । ସୁଡ଼ଙ୍ଗ ସ୍ଥଳରେ ସର୍ଭେ କରୁଥିବା ବୈଜ୍ଞାନିକ ଦଳର କହିବା କଥା, ଟନେଲ ଭିତରେ ପାଞ୍ଚ ମିଟର ପର୍ଯ୍ୟନ୍ତ କୌଣସି କଠିନ ବସ୍ତୁ ନାହିଁ। ଦିଲ୍ଲୀର ପାର୍ସନ ଓଭରସିଡ୍ ପ୍ରାଇଭେଟ୍ ଲିମିଟେଡ ଟିମ୍ ର ସୂଚନା ଅନୁସାରେ, ଯାଞ୍ଚ ପାଇଁ ଗ୍ରାଉଣ୍ଡ ପେନିଟ୍ରେଟିଂ ରଡାର (GPR) ଜ୍ଞାନକୌଶଳ ବ୍ୟବହାର କରାଯାଉଛି ।

ନଭେମ୍ବର ୧୨ ରେ, ସିଲକ୍ୟାରାରେ ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଟନେଲର ୬୦ ମିଟର ଅଂଶରେ ଆବର୍ଜନା ଜମା ହୋଇଯିବାରୁ ସେଠାରେ କାମ କରୁଥିବା ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ୧୪ ଦିନ ହେଲା ଜାରି ରହିଛି ଉଦ୍ଧାରକାର୍ଯ୍ୟ। ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ରେସ୍କ୍ୟୁ ଟିମ୍ ପହଞ୍ଚିବାକୁ ଅଳ୍ପ ଦୂର ରହିଥିବା ବେଳେ, ଖୋଦେଇ ସମୟରେ ବିଭିନ୍ନ କାରଣରୁ ବାଧା ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଉଦ୍ଧାରକାରୀ ଟିମ୍ ସୂଚନା ଦେଇଛି । ୪୧ ଜଣ ଯାକ ଶ୍ରମିକ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କୁ ଖୁବ୍ ଶ୍ରୀଘ୍ର ସୁରକ୍ଷିତ ଭାବେ ଟନେଲ ବାହାରକୁ ଅଣାଯିବା ବ୍ୟବସ୍ଥା କରାଯାଉ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.