Below header

ବର୍ଷା ପ୍ରଭାବରେ ବୃଦ୍ଧି ପାଉଛି ବୈତରଣୀ ଜଳସ୍ତର, ବିପଦ ସଂକେତ ଟପିଛି ଜଳସ୍ତର

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ୟସ୍‌ ଯୋଗୁ ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା । ଏଥିଯୋଗୁ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା । ବର୍ଷା ପ୍ରଭାବରେ ବୃଦ୍ଧି ପାଉଛି ବୈତରଣୀ ଜଳସ୍ତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଓ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ବିପଦ ସଂକେତ ଟପିଛି ଜଳସ୍ତର । ଏଥିପାଇଁ ନଦୀବନ୍ଧ ଗୁଡିକ ଉପରେ ତୀକ୍ଷଣ ନଜର ରଖାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ବାତ୍ୟା ପ୍ରଭାବରେ ୧୪୬ଟି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ଆକସ୍ମିକ ପରିସ୍ଥିିତିର ମୁକାବିଲା ଲାଗି ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ। ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବନ୍ୟା ସ୍ଥିତି ନାହିଁ ।

baitarani 1

ବାତ୍ୟାରେ ପ୍ରଭାବିତ ଭଦ୍ରକରେ ସବୁ ରାସ୍ତା ଆଜି ରାତି ସୁଦ୍ଧା ଠିକ୍‌ ହୋଇଯିବ ବୋଲି ଏସଆରସି କହିଛନ୍ତି । ବାତ୍ୟା ‘ୟସ୍‌’ରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜର କୁସୁମୀ ବ୍ଲକ୍‌ରେ ସର୍ବାଧିକ ୫୧୫ ମିମି ବର୍ଷା ରେକର୍ଡ ହୋଇଛି । ୮ଟି ବ୍ଲକ୍‌ରେ ୨ଶହ ମିମି ବର୍ଷା ରେକର୍ଡ କରାଯାଇଛି । ଅନୁଗୁଳରେ ୫୮ ମିମି ବର୍ଷା ଓ କେନ୍ଦୁଝର ଯୋଡାରେ ୨୬୯ମିମି ବର୍ଷା ହୋଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସମୁଦ୍ର ପାଣି ସହ ବର୍ଷା ଜଳ ଯୋଗୁଁ ବହୁ ଗାଁ ଜଳମଗ୍ନ ହୋଇଛି। ସମୁଦାୟ ୭ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପ୍ରଭାବିତ ଅଞ୍ଚଳର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରାଥମିକ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.