Below header

ମାଟି ଭିତରେ ଧସି ପଶିଛି ଜେନେରାଲ୍‌ ବଗି: ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ

ଗୋଟିଏ ଜେନେରାଲ୍‌ ବଗି ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଜେନେରାଲ୍‌ ବଗିଟି ମାଟି ଭିତରେ ଦବି ଯାଇଛି । ସେହି ବଗି ଉପରେ ଚଢ଼ିଯାଇଛି ଆଉ ଗୋଟିଏ ବଗି । ଅନ୍ୟ ବଗିରୁ ସର୍ଚ୍ଚ ଓ ରେସକ୍ୟୁ ଅପରେସନ୍‌ ପ୍ରାୟ ସରିଗଲାଣି । କେବଳ ସେହି ଗୋଟିଏ ବଗିରେ ରେସକ୍ୟୁ ଅପରେସନ୍‌ ଚାଲିଛି ।

ବାଲେଶ୍ୱର (କେନ୍ୟୁଜ): ଗୋଟିଏ ଜେନେରାଲ୍‌ ବଗି ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଜେନେରାଲ୍‌ ବଗିଟି ମାଟି ଭିତରେ ଦବି ଯାଇଛି । ସେହି ବଗି ଉପରେ ଚଢ଼ିଯାଇଛି ଆଉ ଗୋଟିଏ ବଗି । ଅନ୍ୟ ବଗିରୁ ସର୍ଚ୍ଚ ଓ ରେସକ୍ୟୁ ଅପରେସନ୍‌ ପ୍ରାୟ ସରିଗଲାଣି । କେବଳ ସେହି ଗୋଟିଏ ବଗିରେ ରେସକ୍ୟୁ ଅପରେସନ୍‌ ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୩୮ମୃତ, ପାଖାପାଖି ୯୦୦ ଆହତ ହୋଇଛନ୍ତି । ଅଧିକ କ୍ଷତିଗ୍ରସ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ପାଇଁ ଆଉ କିଛି ସମୟ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଦୁର୍ଘଟଣାସ୍ଥଳରେ ଏନଡିଆରଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ଟିମ୍‌ କାମରେ ଲାଗିଛନ୍ତି । ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆହତ ଓ ଗୁରୁତର । କଟକ ଏସସିବି ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ବି ଚାଲିଛି । ମୃତଦେହଗୁଡ଼ିକର ଚିହ୍ନଟ ଓ ପୋଷ୍ଟମର୍ଟମ ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାସ୍ଥଳରେ ନିୟୋଜିତ ଅଛି ୨୦୦ ଆମ୍ବୁଲାନ୍ସ । ୪୫ଟି ମୋବାଇଲ୍‌ ସ୍ୱାସ୍ଥ୍ୟ ଟିମ୍‌ ସାମିଲ ଅଛନ୍ତି । ଅତିରିକ୍ତ ୫୦ ଡାକ୍ତରଙ୍କୁ ପଠାଯାଇଛି । କଟକ ଏସସିବିରୁ ଯାଇଛନ୍ତି ୨୫ ଜଣିଆ ଡାକ୍ତରୀ ଟିମ୍‌ । ମୃତଦେହ ହସ୍ତାନ୍ତରର ତଦାରଖ ପାଇଁ ଫୋରେନସିକ ମେଡିସିନ୍‌ ବିଶେଷଜ୍ଞ ନିୟୋଜିତ ଅଛନ୍ତି । ବାରିପଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ ଏବଂ କଟକ ଏସସିବିରୁ ଯାଇଛନ୍ତି ବିଶେଷଜ୍ଞ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.