ଇଣ୍ଟିଗ୍ରଲ କୋଚ ଫ୍ୟାକ୍ଟ୍ରିରେ ୭୮୦ ପଦବୀ ଖାଲି, ୧୦ମ ପାସ୍‌ କରନ୍ତୁ ଆବେଦନ

୧୦ମ କିମ୍ବା ୧୨ଶ ପାସ୍‌ କରି ଆଇଟିଆଇ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ICF ରେ ହେଉଛି ବମ୍ପର ଭର୍ତ୍ତି । ଚୟନିତ ପ୍ରାର୍ଥୀଙ୍କୁ ମିଳିବ ଷ୍ଟାଇପେଣ୍ଡ ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଟିଗ୍ରଲ କୋଚ ଫ୍ୟାକ୍ଟ୍ରି ଚେନ୍ନାଇରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ICF ରେ ବମ୍ପର ଭର୍ତ୍ତି । ଏଠାରେ ଅପାରଣ୍ଟିସ ପଦବୀ ପାଇଁ ଭର୍ତ୍ତି କରାଯିବ । ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ଇଣ୍ଟିଗଲ କୋଚ ଫ୍ୟାକ୍ଟ୍ରିର ଅଧିକାରକ ୱେବସାଇଟ  pb.icf.gov.in କୁ ଯାଇ ରେଜିଷ୍ଟ୍ରେସନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୩୦, ୨୦୨୩ ରହିଛି ।

ପଦବୀ ବିବରଣୀ : ୭୮୨

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଜୁନ୍‌ ୩୦, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ୍‌ କିମ୍ବା ୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ମଧ୍ୟରେ ହେବା ଜରୁରୀ ।

ଷ୍ଟାଇପେଣ୍ଡ : ଏହି ପଦବୀ ପାଇଁ ୧୦ମ ପାସ୍‌ ପ୍ରାର୍ଥୀଙ୍କୁ ୬ ହଜାର ମାସିକ ଷ୍ଟାଇପେଣ୍ଡ ମିଳିବ । ସେହିପରି ୧୨ଶ ପାସ୍‌ ଏବଂ ଆଇଟିଆଇ ପ୍ରାର୍ଥୀଙ୍କୁ ମାସକୁ ୭ ହଜାର ଟଙ୍କା ମିଳିବ । ଟ୍ରେନିଂ ଦ୍ୱିତୀୟ ବର୍ଷରେ ୧୦ ପ୍ରତିଶତ ଏବଂ ତୃତୀୟ ବର୍ଷରେ ୧୫ ପ୍ରତିଶତ ବୃଦ୍ଧି ପାଇବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD ଏବଂ ମହିଳାଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

କେମିତି କରିବେ ଆବେଦନ :

ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ  pb.icf.gov.in କୁ ଯାଆନ୍ତୁ ।

ଏହାପରେ ହୋମ ପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍‌ କରନ୍ତୁ ।

ତା’ ପରେ ରେଜିଷ୍ଟ୍ରେସନ କରନ୍ତୁ ।

ଆବେଦନ ଶୁଳ୍କ ଭରନ୍ତୁ ।

ଫର୍ମକୁ ସବମିଟ୍‌ କରିବା ପରେ ଡାଉନଲୋଡ୍‌ କରନ୍ତୁ ।

ଆବେଦନ ଫର୍ମରେ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://pb.icf.gov.in/act/notification.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.