Below header

ରାଜପଥର ବନ୍ଧୁ, ଦୀର୍ଘ ଦିନ ହେବ ପ୍ରବାସୀ ଶ୍ରମିକଙ୍କୁ ଆହାର ଯୋଗାଉଛନ୍ତି ବାଲେଶ୍ଵର ଯୁବଗୋଷ୍ଠୀ 

ବାଲେଶ୍ଵର: ବାଲେଶ୍ଵରର ଜାତୀୟ ରାଜପଥ ନମ୍ବର-୧୬ । ଏବେ ରାଜ୍ୟ ଓ ରାଜ୍ୟ ବାହାର ପ୍ରବାସୀ ଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପାଲଟିଛି । ପ୍ରତିଦିନ ହଜାର ହାଜର ପ୍ରବାସୀ ଏହି ରାସ୍ତା ଦେଇ ନିଜ ଜନ୍ମମାଟିକୁ ଫେରୁଛନ୍ତି । କିଏ ପାଦରେ ଚାଲି ଚାଲି ତ ଆଉ କିଏ ବସ୍ କିମ୍ବା ଭଡ଼ା ଗାଡ଼ି ଆଦିରେ । ପୁଣି କିଏ ଅତି ଦୟନୀୟ ଭାବରେ ଟ୍ରକ୍ ଉପରେ ବସି ଜୀବନକୁ ବିପଦରେ ପକାଇ ଘରକୁ ଫେରୁଛି । ଲକ୍‌ଡାଉନ୍ ସ୍ଥିତିକୁ ସାମ୍ନା କରିନପାରି ଏବେ ଦେଶର ଶ୍ରମିକ, ଖଟିଖିଆ ଓ କର୍ମଜୀବୀ ମାନେ ଉପାୟ ହୀନ ହୋଇ ପଡିଛନ୍ତି ।

baleswar migrants

କିଏ କେତେ ବାଟରୁ ଆସୁଛି ଓ କିଭଳି ଅବସ୍ଥାରେ ଆସୁଛି ସେ କଥା କେବଳ ତାକୁ ହିଁ ଜଣା । ତେବେ ଏମାନଙ୍କ ପାଇଁ ଅରକ୍ଷିତକୁ ଦଇବ ସାହା ଭଳି ସହାୟକ ହୋଇଛନ୍ତି ବାଲେଶ୍ଵରର ଏହି ଯୁବ ଗୋଷ୍ଠୀ । ଏମାନେ ନିଜର ସାମର୍ଥ୍ୟ ଅନୁସାରେ ବ୍ୟବସ୍ଥା କରି ଏହି ପ୍ରବାସୀମାନଙ୍କୁ ଖାଇବା ଯୋଗାଇ ଦେଉଛନ୍ତି । ଅନେକ ଦିନ ଗଡ଼ିଗଲାଣି ଲକ୍‌ଡାଉନ୍‌କୁ । ଲୋକଙ୍କୁ ସାହାଯ୍ୟ କରୁଥିବା ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ବି ବି ନିରବି ଗଲେଣି । ହେଲେ ଲୋକଙ୍କ କଷ୍ଟ ଦେଖି ଏହି ଯୁବଗୋଷ୍ଠୀ ଦୈନିକ ଏଭଳି ଭାବେ ଖାଦ୍ୟ ବଣ୍ଟନ କରି ଚାଲିଛନ୍ତି ଜାତୀୟ ରାଜପଥ କଡ଼ରେ ।

ଆଜି କି କାଲି ନୁହଁ ଦୀର୍ଘ ୪୨ ଦିନ ହେବ ସେମାନଙ୍କ ଉଦ୍ୟମ ଜାରି ରହିଛି ପ୍ରବାସୀ ଶ୍ରମିକଙ୍କୁ ସହଯୋଗ କରିବାରେ । କିଏ ମାସ୍କ ତ କିଏ ପାଣି ଆଉ କିଏ ଖାଦ୍ୟ ବଢାଇ ଦେଉଛି ପ୍ରବାସୀଙ୍କ ହାତ କୁ । ପ୍ରତିଦିନ ଏ ମାନେ ୧୨ ଶହରୁ ୧୫ ଶହ ପ୍ରବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ବଣ୍ଟନ କରୁଛନ୍ତି । କେତେବେଳେ ଶୁଖିଲା ଖାଦ୍ୟ ର କେତେବେଳେ ରନ୍ଧା ଖାଦ୍ୟ । ପ୍ରତିଦିନ ଲୋକ ବଦଳୁଛନ୍ତି ତା ସହିତ ବଦଳୁଛି ଖାଦ୍ୟର ମେନୁ । ଏଥଇରେ ସେମାନଙ୍କୁ ଖୁବ୍ ଶାନ୍ତି ଓ ଆତ୍ମସନ୍ତୋଷ ମିଳୁଛି ବୋଲି ଏହି ଯୁବକମାନେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.