କରୋନାରେ ନିଜ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହେଲେ ଏହି ଟେଲି ଅଭିନେତ୍ରୀ, ପୋଷ୍ଟ କରି କହିଲେ ‘ମୁଁ ବଞ୍ଚିଛି’

ଟିଭି ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟ ଏବେ ଚର୍ଚ୍ଚାକୁ ଆସିଛନ୍ତି। କୌଣସି ସିରିୟଲ ପାଇଁ ନୁହେଁ ବରଂ କରୋନାରେ ମୃତ୍ୟୁ ହୋଇଥିବା ଗୁଜବକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଟେଲି ଅଭିନେତ୍ରୀ। ସୋସିଆଲ ମିଡିଆରେ ଏନେଇ ଜାଣିବା ପରେ ଜୟା ଭଟ୍ଟାଚାର୍ଯ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ବଞ୍ଚିଥିବା ନେଇ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛ ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଜୟା ସୂଚନା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଜୟା ଏକ ଫେସ୍‌ବୁକ୍‌ ପୋଷ୍ଟର ସ୍କ୍ରିନ୍‌ ସଟ୍‌ ସେୟାର କରିଛନ୍ତି। ସେଥିରେ ଜୟାଙ୍କ ଫଟୋ ସହ ଲେଖାଯାଇଛି କରୋନା ଯୋଗୁ ଆଉ ଜଣେ କଳାକାରଙ୍କ ଜୀବନ ଚାଲିଗଲା। ଜୟା ଏଥିରେ ନିଜ ରିଆକ୍ସନ୍‌ ଦେଇ କହିଛନ୍ତି ‘ହା ହା ହା ମୁଁ ବଞ୍ଚିଛି ଓ ମସ୍ତ ଅଛି। ହାତ ପାଦ ବି ଚାଲୁଛି। ଦୟାକରି କେହି ପୋଷ୍ଟ କରିବା ପୂର୍ବରୁ ପୁନର୍ବାର ଚେକ୍‌ କରି ନିଅନ୍ତୁ।’ ତେବେ ଯେଉଁ ବ୍ୟକ୍ତି ଏହି ପୋଷ୍ଟ କରିଥିଲେ ସେ ନିଜ ଭୁଲ ମାନି ଜୟାଙ୍କୁ କ୍ଷମା ମାଗିଛନ୍ତି।

 

View this post on Instagram

 

Ha Ha Ha Ha I am alive and kicking Please guy before putting up a post can you cross check Damn….😂😂😂😂

A post shared by Jaya Bhattacharya (@jaya.bhattacharya) on

ଜୟା ଜୀବିତ ଥିବା ଖବର ପାଇ ତାଙ୍କ ଫ୍ୟାନ୍‌ମାନେ ଆଶ୍ୱସ୍ତ ହୋଇଛନ୍ତି। ଜଣେ ଫ୍ୟାନ୍‌ ଲେଖିଛନ୍ତି ‘କି ବେକାର କଥା। ଲୋକମାନେ କିଛି ବି ଲେଖିଦେଉଛନ୍ତି। ଆପଣ ସୁସ୍ଥ ଓ ଖୁସି ରୁହନ୍ତୁ’। ଜୟା ଲେଖିଛନ୍ତି ଠିକ୍‌ ଅଛି ବନ୍ଧୁ…ଆପଣଙ୍କ ଭଲ ପାଇବା ଓ ସହଯୋଗ ପାଇଁ ଧନ୍ୟବାଦ। ସେ ବ୍ୟକ୍ତି ମତେ କ୍ଷମା ମାଗିସାରିଲେଣି। ଏବେ ସେହି କଥାକୁ ଭୁଲିଯାଆନ୍ତୁ’।

ସୂଚନାଯୋଗ୍ୟ ଯେ ଜୟା ଦୀର୍ଘ ଦିନ ହେବ ଭାରତୀୟ ଟେଲିଭିଜନ ଜଗତର ଅଂଶ ହୋଇ ରହିଛନ୍ତି। ସେ କୁଁ୍ୟ କି ଶାଶ୍‌ ଭି କଭି ବୋହୂ ଥି, କସମ୍‌ ସେ, ବନୁ ମେଁ ତେରି ଦୁଲହନ୍‌, ଥପ୍‌କୀ ଭଳି ସିରିୟଲରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.