କରୋନାର ଏହି ଆର୍ଥିକ ସଂକଟ ଭିତରେ ମୁଣ୍ଡ ବ୍ୟଥାର କାରଣ ସାଜୁଛି ମହଙ୍ଗା ମାଡ। ଦେଶରେ ଯେଭଳି ହୁ ହୁ ହୋଇ ବଢ଼ୁଛି କରୋନା, ଠିକ ସେମିତି ଦେଶରେ ବଢ଼ୁଛି ମହଙ୍ଗା ଦର। ବର୍ତ୍ତମାନ ପେଟ୍ରୋଲର ଦାମ ୮୭ ଟଙ୍କା ପାର କରିଥିବାବେଳେ ଡିଜେଲର ଦାମ ମଧ୍ୟ ୮୦ ଟଙ୍କା ପାଖାପାଖିରେ ପହଁଚିଛି। ରବିବାର ତୈଳ କମ୍ପାନୀ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ପ୍ରତି ଲିଟର ପିଛା ୬୦ ପଇସା ବୃଦ୍ଧି ପାଇଛି।
ଗତ ୧୫ ଦିନରେ ପେଟ୍ରୋଲ ଯେଉଁଠି ୭.୯୭ ଟଙ୍କା ଲିଟର ପିଛା ବଢ଼ିଛି ସେଠାରେ ଡିଜେଲ ପ୍ରାଇସ ମଧ୍ୟ ୮.୮୮ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦାମ କାଲିର ୭୮.୮୮ ଟଙ୍କାରୁ ବଢ଼ି ୭୯.୨୩ ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ଡିଜେଲର ଦାମ ମଧ୍ୟ ୭୭.୬୭ ଟଙ୍କା ବଢ଼ି ୭୮.୨୭ ଟଙ୍କା ପ୍ରତି ଲିଟର ହୋଇଛି।
ସେହିପରି ଓଡିଶାରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ପ୍ରତି ଲିଟର ପିଛା ରହିଛି ୭୯.୭୯ ଟଙ୍କା। ସେହିପରି ଡିଜେଲ ଲିଟର ପିଛା ରହିଛି ୭୬.୩୬ ଟଙ୍କା ରହିଛି।