ହସ ହସ ଚେହେରା ପଛରେ ଅନେକ ଯନ୍ତ୍ରଣା ଲୁଚାଇ ରଖିଥିଲେ ସୁଶାନ୍ତ ସିଂହ ରାଜପୁତ୍‌, ଫଟୋ ସେୟାର କରି ଖୁଲାସା କଲେ ଯୁଜବେନ୍ଦ୍ର ଚହଲ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ପରେ ବଲିଉଡ୍‌ ଜଗତ ସ୍ତବ୍ଧ ହୋଇଯାଇଛି। ସୁଶାନ୍ତଙ୍କ ଏଭଳି ଅଚାନକ ମୃତ୍ୟୁକୁ ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରିନାହାନ୍ତି। କେବଳ ସିନେ ଜଗତ ନୁହେଁ କ୍ରୀଡା ଜଗତ ମଧ୍ୟ ଏହି ଷ୍ଟାରଙ୍କ ମୃତ୍ୟୁ ପରେ ଶୋକବ୍ୟକ୍ତ କରିଛନ୍ତି। ସୁଶାନ୍ତଙ୍କ ବିୟୋଗରେ ଭାରତୀୟ ଟିମ୍‌ର ମୁଖ୍ୟ ସ୍ପିନର ଯୁଜବେନ୍ଦ୍ର ଚହଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କ ସ୍ମୃତିରେ ଏକ ଦୁଃଖଦାୟକ ଫଟୋ ପୋଷ୍ଟ କରିଛନ୍ତି।

ଦେଖନ୍ତୁ ଫଟୋ:

sushant2

ଚହଲ ସେୟାର କରିଥିବା ଫଟୋରେ ସୁଶାନ୍ତଙ୍କ ପିଠିରେ ଛୁରୀ ଭୁଷାଯାଇଥିବା ଦେଖାଯାଇଛି। ସୁଶାନ୍ତଙ୍କ ପିଠିରେ ଭୁଷାଯାଇଥିବା ଛୁରୀରେ ନେପୋଟିଜମ୍‌, ବୁଲିଡ୍‌, ବଲିଉଡ୍‌, ବ୍ୟାନ୍‌ଡ, ହାରାସ୍‌ମେଣ୍ଟ, ବୟକଟ୍‌ ଲେଖାଯାଇଛି। ମାତ୍ର ତାଙ୍କ ଓଠରେ ହସ ଅଛି ଓ ସେ ‘ଆଇ ଆମ୍‌ ଓକେ’ କହୁଥିବା ଲେଖାଯାଇଛି। ଏହି ଫଟୋରୁ ହିଁ ବୁଝାପଡ଼ୁଛି କେତେ ଯନ୍ତ୍ରଣା ମଧ୍ୟରେ ଥିଲେ ସୁଶାନ୍ତ ସିଂହ ରାଜପୁତ। ମାତ୍ର କାହାକୁ କେବେ ବି ସେ ନିଜ ଦୁଃଖ ଜାଣିବାକୁ ଦେଇନଥିଲେ।

NBT

କେବଳ ସୁଶାନ୍ତଙ୍କର ନୁହେଁ ଚହଲ କଙ୍ଗନାଙ୍କର ମଧ୍ୟ ଭିଡିଓ ସେୟାର କରିଛନ୍ତି। ସେଥିରେ କଙ୍ଗନା ସୁଶାନ୍ତଙ୍କ ମୃତ୍ୟୁର କାରଣ କହୁଥିବା ଦେଖାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଚହଲ ତାଙ୍କ ସହ ଏକ ଫଟୋ ସେୟାର କରି ଶୋକ ବ୍ୟକ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.