Below header

ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ, କରୋନାରେ ଆକ୍ରାନ୍ତ ୭୬ ବର୍ଷ ବୟସରେ ବୁଜିଲେ ଆଖି

କେନ୍ୟୁଜ୍(ବ୍ୟୁରୋ):  ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ । ୭୬ ବର୍ଷ ବୟସରେ  ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ବାଲେଶ୍ୱରରୁ ପାଞ୍ଚ ଥର ବିଧାୟକ ଥିଲେ ଅରୁଣ ଦେ।  କରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଥିଲେ ।

ବାଲେଶ୍ବର ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅରୁଣ ଗତ ବର୍ଷ ବିଜେଡ଼ିକୁ ଫେରିଥିଲେ । ୨୦୧୪ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ବିଜେଡ଼ିର ଜୀବନ ପ୍ରଦୀପ ଦାସଙ୍କଠାରୁ ହାରି ଯାଇଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ସେ ଏନସିପି ଟିକେଟରୁ ଲଢିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.