ହକିର ସଫଳତା ପଛରେ ରହିଛି ଓଡ଼ିଶାର ଅବଦାନ, ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କଲା #THANK YOU NAVEEN SIR

କେନ୍ୟୁଜ୍(ବ୍ୟୁରୋ):  ଇତିହାସ ସୃଷ୍ଟି କରି ଚାଲିଛି ଭାରତୀୟ ହକି । ଉଭୟ ମହିଳା ଓ ପୁରଷ ଦଳ ଟୋକିଓ ଅଲିମ୍ପିକ୍ସର ସେମି ଫାଇନାଲରେ । ୪୧ ବର୍ଷ ପରେ ପଦକ ଆଶା ସୃଷ୍ଟି ହୋଇଛି । ଦିନେ ଭାରତ ଜାତୀୟ ଖେଳ ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ସଂଘର୍ଷ ଜାରି ରଖିଥିଲା । ଭାରତୀୟ ହକି ଦଳର ଭାଗ୍ୟ ୨୦୧୮ଠାରୁ ବଦଳିବା ଆରମ୍ଭ ହେଲା। ଆଉ ତା ପଛରେ ଥିଲା ଓଡ଼ିଶା ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଥିବା ଆଗ୍ରହ ।

ଟ୍ଵିଟରରେ ଟ୍ରେଣ୍ଡ କରିଛି #THANK YOU NAVEEN SIR । ଅଲିମ୍ପିକ୍ସ ହକି କ୍ୱାର୍ଟର ଫାଇନାଲରେ ଉଭୟ ପୁରୁଷ ଓ ମହିଳା ହକି ଟିମ୍‌ ଜବରଦସ୍ତ ପ୍ରଦର୍ଶନ ପରେ ଏହି ଟ୍ଵିଟ୍‌ ଆଜି ଟ୍ରେଣ୍ଡ କରିଥିଲା । କ୍ରୀଡ଼ା ପ୍ରତି ଓଡ଼ିଶା ସରକାର ଓ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ନେଇ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରିଛି #THANK YOU NAVEEN SIR ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.