Below header

ବାଲିଷ୍ଟିକ୍‌ ମିସାଇଲ୍‌ ‘ପ୍ରଳୟ’ର ସଫଳ ପରୀକ୍ଷଣ, ରେଞ୍ଜ ହେଉଛି ୫୦୦ କିଲୋମିଟର

ବାଲେଶ୍ୱର (କେନ୍ୟୁଜ୍‌) : ସଫଳ ହୋଇଛି ବାଲିଷ୍ଟିକ୍‌ ମିସାଇଲ୍‌ ‘ପ୍ରଳୟ’ର ପରୀକ୍ଷଣ । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ ‘ପ୍ରଳୟ’ ଉତକ୍ଷେପଣ ହୋଇଛି । ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ପାରୁଥିବା ‘ପ୍ରଳୟ’ର ଲକ୍ଷ୍ୟଭେଦ କ୍ଷମତା ୧୫୦ କିଲୋମିଟରରୁ ୫ ଶହ କିଲୋମିଟର । ଏହି ମିସାଇଲ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହି କ୍ଷେପଣାସ୍ତ୍ରକୁ ମୋବାଇଲ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ ।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲାଷ୍ଟିକ ମିସାଇଲ ‘ପ୍ରଳୟ’ର ଓଜନ ୫ ଟନ୍‌ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍‌ କରିବାର କ୍ଷମତା ରଖିଛି। ଏଥିରେ ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ଓ ସମନ୍ଵିତ ଆଭିଓନିକ୍ସ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.