ଦେବଗଡ଼ : ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟରେ ୧୧ କୋଭିଡ ପଜିଟିଭ ଚିହ୍ନଟ

ଦେବଗଡ଼ (କେନ୍ୟୁଜ୍‌) : ରାଜ୍ୟର ବିଭିନ୍ନ ସ୍କୁଲରେ କୋଭିଡ ସଂକ୍ରମଣ ହେଉଥିବା ଖବର ଆସୁଛି । ଏବେ ଦେବଗଡ଼ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟରେ ୧୧ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୧୮ ତାରିଖରେ ୫୫ ଜଣ ଛାତ୍ରଛାତ୍ରୀଙ୍କ ଠାରୁ ନମୂନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସଂକ୍ରମିତମାନଙ୍କୁ ସ୍କୁଲ ପରିସରରେ ଆଇସୋଲେସନରେ ରଖିଯାଇଛି।
ଏପଟେ ଆଜି ପୁଣି ଥରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ନମୂନା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି। ସ୍କୁଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଉଛି । ତେବେ ଆବାସିକ ସ୍କୁଲର ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହେବା ଅଭିଭାବକ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.