Below header

ଯାଜପୁର: ନାଉରିଆଙ୍କ ଉଦ୍ଯମରେ ଚିଙ୍ଗୁଡିଆ ନାଳରେ ତିଆରି ହେଲା ବାଉଁଶ ପୋଲ, ଏବେ ର୍ନିଭୟରେ ଯାତାୟତ କରୁଛନ୍ତି ଲୋକେ

ଯାଜପୁର: ଏ ହେଉଛି ଯାଜପୁର ବରୀ ବ୍ଲକ ବୋଦୁଅ ପଂଚାୟତର ଏରଡାଠାରେ ଥିବା ଚିଙ୍ଗୁଡିଆ ନାଳରେ ତିଆରି ହୋଇଥିବା ବାଉଁଶ ପୋଲ । ଯାହା ଏବେ ପାଲଟିଛି ଲୋକମାନଙ୍କର ସାହା ଭରସା । ଦିନଥିଲା ଏହି ନାଳ ପାରି ହେବା ପାଇଁ ଡଙ୍ଗା କମ୍ବା ଇଂଜିନ ଚାଳିତ ବୋଟରେ ଯିବାକୁ ପଡୁଥିଲା କିନ୍ତୁ ଆଜି ଏଠାରେ ନିର୍ମିତ ହୋଇଛି ବାଉଁଶ ପୋଲ।

ଏହି ପୋଲ ନିର୍ମାଣ ହେବା ପରେ ଲୋକମାନେ କେମିତି ସାଇକେଲ ଓ ମଟର ସାଇକେଲ ଧରି ଅତି ସହଜରେ ଯାତାୟତ କରିପାରୁଛନ୍ତି । ଯେଉଁଠି ସେମାନଙ୍କୁ ଦୈନନ୍ଦିନ ଯାତାୟତ ସହ ମେଡିକାଲ କିମ୍ବା କୈାଣସି କାର୍ଯ୍ୟରେ ଯିବାକୁ ହେଲେ ନଦୀ ପାରି ହୋଇ ବିପଦଜନକ ଅବସ୍ଥାରେ ଯାତ୍ରା କରିବାକୁ ପଡୁଥିଲା, ଆଜି ଆଉ ସେ ସବୁର ଭୟ ନାହିଁ ।

bambooତେବେ ଖରା ଦିନ ଆସିଲେ ମୁଖ୍ଯତଃ ଏହି ନଦୀର ଜଳସ୍ତର କମିଯିବା ଦ୍ୱାରା ଡଙ୍ଗା ବା ଇଂଜିନ ଚାଳିତ ବୋଟରେ ଯାତାୟତ କରିବା ଅସମ୍ଭବ ହୋଇପଡୁଥିଲା । ଯାହାଫଳରେ ନାଉରିଆମାନେ ନିଜସ୍ୱ ଉଦ୍ୟମରେ କିଛି ସହାୟତା ପାଇ ଏହି ବାଉଁଶ ପୋଲ ତିଆରି କରିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ବେଶ୍ ଖୁସି । ଅନ୍ଯପଟେ ଏଠାରେ ଏକ ସ୍ଥାୟୀ ପୋଲ ତିଆରି କରିବା ପାଇଁ ପୂର୍ବତନ ସରପଂଚ ଦାବି କରିଛନ୍ତି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.