ସୋନାକ୍ଷୀ ପୂରଣ କଲେ ନିଜର ସ୍ବପ୍ନ, ମୁମ୍ବାଇ ବାନ୍ଦ୍ରାରେ କିଣିଲେ 4BHK ଆପାର୍ଟମେଣ୍ଟ

ପ୍ରତ୍ଯେକ ମଣିଷର ଏକ ସ୍ବପ୍ନ ରହିଥାଏ। ଯାହାକୁ ପୂରଣ କଲେ ଏମିତି ଶାନ୍ତି ମିଳେ, ଯାହା କେବଳ ଅନୁଭବ କରିହେବ। ନିଜର ଏକ ଘର ଥାଉ, ତାହା ସାଧାରଣ ଲୋକ ମଧ୍ୟ ଚାହିଁଥାଏ। ସେଲିବ୍ରିଟି ଷ୍ଟାର ମଧ୍ୟ ଏମିତି ଭାବନ୍ତି କି ସେମାନେ ନିଜର ଏକ ସୁନ୍ଦର ଘର ତୋଳିବେ। ଏମିତି ସ୍ବପ୍ନକୁ ଏବେ ପୂରଣ କରିଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା।
୨୦୨୧ ବଲିଉଡ ଷ୍ଟାରଙ୍କ ପାଇଁ ଶୁଭ ରହିଛି। କିଏ ପ୍ରଥମ ମାସରୁ ବାହା ହେଉଛି ତ ଆଉ କିଏ ନିଜର ସ୍ବପ୍ନ ପୂରଣ କରୁଛି। ବର୍ଷ ଆରମ୍ଭରୁ ଅନେକ ବଲିଉଡ ଷ୍ଟାର ଯେମିତିକି ଜାହ୍ନବୀ କପୁର, ହ୍ରିତିକ ରୋସନ ଏବଂ ଆଲିଆ ଭଟ୍ଟ ନିଜର ପାଇଁ ଘର କିଣିଛନ୍ତି। ଏବେ ଏହି ଲିଷ୍ଟରେ ସୋନାକ୍ଷୀଙ୍କ ନାମ ଯୋଡି ହୋଇ ରହିଛି। ସୋନାକ୍ଷୀ ନିଜ ପଇସାରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ 4BHK ଫ୍ଲାଟ କିଣିଛନ୍ତି। ସୋନାକ୍ଷୀ ନିଜେ ଏକ ଇଣ୍ଟରଭ୍ଯୁରେ ଏହାର ଖୁଲାସା କରିଛନ୍ତି।
ସୋନା କହିଛନ୍ତି, ମୁଁ ଯେତବେଳେ କାମ ଆରମ୍ଭ କରିଥିଲି, ସେବେ ଭାବିଥିଲି କି ୩୦ ବର୍ଷ ହେବା ପୂର୍ବରୁ ନିଜ ପଇସାରେ ମୁମ୍ବାଇରେ ଏକ ଘର କିଣିବି। ନିଜକୁ ଦେଇଥିପା ପ୍ରତିଶ୍ରୁତିକୁ ସୋନାକ୍ଷୀ ପୂରଣ କରିଛନ୍ତି। କିନ୍ତୁ ସୋନା ଏହି ଘରକୁ ଏବେ ସିଫ୍ଟ ହେବେ ନାହିଁ। ସୂଚନାଯୋଗ୍ଯ, ସୋନାକ୍ଷୀ ଏବେ ନିଜ ପରିବାର ସହିତ ଜୁହୁ ସ୍ଥିତି ‘ରାମାୟଣ’ରେ ରହୁଛନ୍ତି।