Below header

ଦିଲ୍ଲୀ ରାଜପଥର ସାଧାରଣତନ୍ତ୍ର ଦିବସରେ ଶୁଭିବ କୋରାପୁଟର ଝିଅ ବର୍ଷାଙ୍କ ସ୍ବର, ମିଳିତ ପ୍ୟାରେଡରେ ଜାତୀୟ ପତକାକୁ ଜଣାଇବେ ସମ୍ମାନ

ଜୟପୁର : ପ୍ରତିଭା ଥିଲେ ସଫଳତା ଆପେ ଆପେ ପାଦ ଛୁଏଁ । ନିଜର ପରିଶ୍ରମ ଆଉ ଗୁରୁଜନଙ୍କ ଆଶିର୍ବାଦ ବଳରେ ଜଣେ ନିଜର ଏ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ ଏଥିରେ କୌଣସି ଦ୍ବନ୍ଦ ନାହିଁ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି, କୋରପୁଟୀୟା ସୁନା ଝିଅ ବର୍ଷା। ଯାହାଙ୍କ ସ୍ବର ଆସନ୍ତାକାଲି ଶୁଭିବ ଦିଲ୍ଲୀ ରାଜପଥର ସାଧାରଣତନ୍ତ୍ର ଦିବସରେ । ମିଳିତ ପ୍ୟାରେଡରେ ଜାତୀୟ ପତକାକୁ ସମ୍ମାନ ଜଣାଇବେ କୋରାପୁଟର ଝିଅ ବର୍ଷା ।

barsha sahuବର୍ଷାରଣୀ ସାହୁ । ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି କଳା ଛାତ୍ରୀ । ବର୍ଷା ଏନଏସଏସ ୟୁନିଟର ଜଣେ ସ୍ଵେଛାସେବୀ । ପାଠ ପଢାସାଙ୍ଗକୁ ଅନ୍ୟାନ୍ୟ କ୍ଷେତ୍ରରେ ରହିଛି ବର୍ଷାଙ୍କ ରୁଚି। ସେ ଏକାଧାରାରେ ଜଣେ ଭଲ ଡ଼୍ୟାନ୍ସର, ରେଡକ୍ରସର ଜଣେ ଭଲ କ୍ୟାଡ଼ର ଆଉ ତା ସହିତ ଜୟପୁର ପୋଲିସର ଜଣେ ସଫଳ ଷ୍ଟୁଡେଣ୍ଟ ଟ୍ରାଫିକ ଭଲିନଟିଅର ରୂପେ କାମ କରିଆସୁଛନ୍ତି । ଜୟପୁର ମହିଳା ମହାବିଦ୍ୟାଳୟର ନ୍ୟାସନାଲ ସର୍ଭିସ ଷ୍କିମ ତଥା ରାଷ୍ଟ୍ରୀୟ ସେବା ଯୋଜନାରେ ପ୍ରଥମ ପର୍ଯ୍ଯାୟରେ ଯୋନ ସ୍ତରରେ ଚୟନ ହୋଇଥିଲେ ବର୍ଷା । ଆଉ ତାପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ଭଲ ପ୍ରଦର୍ଶନ କରି ଦିଲ୍ଲୀ ପାଇଁ ମୋନୋନୀତ ହୋଇଛନ୍ତି । ଯାହାକୁ ନେଇ କଲେଜ କତୃପକ୍ଷ ବେଶ ଗର୍ବିତ।

barsha jaipurସାଧାରଣତନ୍ତ୍ର ଦିବସରେ ଏନଏସଏସ ପକ୍ଷରୁ ଓଡିଶାରୁ ମନୋନୀତ ୮ ଜଣିଆ ଦଳରେ ଅବିଭକ୍ତ କୋରାପୁଟରୁ ତିନିଜଣ ମନୋନୀତ ହୋଇଛନ୍ତି । ଏମାନଙ୍କ ଭିତରେ ଜୟପୁର ମହିଳା କଲେଜର ବର୍ଷାରଣୀ ,ସିମିଳିଗୁଡା କଲେଜର ଡମ୍ବୁରୁଦ୍ଧର ଗରଡା ଓ ନବରଙ୍ଗପୁର ଜିଲ୍ଲାର ଟଙ୍କଧର ପୂଜାରୀ ଥିବା ବେଳେ ବର୍ଷା ହେଉଛନ୍ତି ପ୍ରଥମ ଝିଅ ଯିଏ ଆଜି କୋରାପୁଟ ବାସୀଙ୍କ ପାଇଁ ଗର୍ବ ଆଣିଛନ୍ତି । ତେବେ ବର୍ଷାଙ୍କ ଚୟନ ପରେ କୋରାପୁଟ ଜିଲ୍ଲାପାଳ ମଧୁସୁଧନ ମିଶ୍ର ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରସଂଶା କରିଛନ୍ତି । ନିଜ ପାଠପଢା ସାଙ୍ଗକୁ ଅନ୍ୟ କ୍ଷେତ୍ରରେ ରୁଚି ରଖୁଥିବା ବର୍ଷା ନିଜ କର୍ମରେ ବିଶ୍ଵାସ କରନ୍ତି, ତେଣୁ ସେ ଭଲ ମଣିଷ ହୋଇ ଦେଶ ସେବା କରିବାକୁ ଆଶା ରଖିଥିବା କହିଛନ୍ତି ତାଙ୍କ ବାପା । ଏହାସହିତ ପାଠପଢା ପରେ ଆଗକୁ ଜଣେ ଭଲ ପୋଲିସ ଅଧିକାରୀ ତଥା ଆଇପିଏସ ହବା ସ୍ବପ୍ନ ରଖିଥିବା କହନ୍ତି ବର୍ଷାରାଣୀ ।

ସବୁଠୁ ଗର୍ବର କଥା ହେଲା ଜୟପୁରରୁ ଯାଇ ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗଦେବାରେ ବର୍ଷା ହେଉଛନ୍ତି ପ୍ରଥମ ଝିଅ। ଯାହାକୁ ନେଇ ଜୟପୁରରେ ଖେଳିଯାଇଛି ଖୁସୀର ଲହରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.