Below header

SBI ରେ ଖାଲିପଡିଛି ମ୍ଯାନେଜର ପଦବୀ, ୧୨ ଫେବ୍ରୁଆରୀ ପର୍ଯ୍ଯନ୍ତ କରିପାରିବେ ଆପ୍ଲାଏ

ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ। ଏଠାରେ ସ୍ପେଶାଲ ଅଫିସର MMGS-III ରେ ଅନେକ ପଦବୀରେ ଭର୍ତ୍ତି ପାଇଁ ଭାରତୀୟ ନାଗରିକଙ୍କୁ ଆବେଦନ ପାଇଁ ଆମନ୍ତ୍ରିତ କରିଛି। ଯୋଗ୍ଯ ଓ ଇଚ୍ଛୁକ ପ୍ରାର୍ଥୀ ଏସବିଆଇ ମ୍ଯାନେଜର ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ୧୨ ଫେବ୍ରୁଆରୀ ପର୍ଯ୍ଯନ୍ତ ଅନଲାଇନ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଏସବିଆଇ ଅଧିକାରକ ୱେବସାଇଟ sbi.co.in କୁ ଯାଇ ଅଫିସିଆଲ ନୋଟିଫିକେସନ ପଢି ଅନଲାଇନ ଆବେଦନ କରନ୍ତୁ।

ପଦବୀ ବିବରଣୀ: ୫

ମ୍ଯାନେଜର ରିଟେଲ ପ୍ରଡକ୍ଟ- ସ୍ପେଶାଲ କ୍ଯାଡର ଅଫିସର

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୨ ଜାନୁଆରୀରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ୧୨ ଫେବ୍ରୁଆରୀ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଏସବିଆଇ ବ୍ଯାଙ୍କ ମ୍ଯାନେଜର ପଦ ପାଇଁ ଆପ୍ଲାଏ କରିବାକୁ ହେଲେ ପ୍ରାର୍ଥୀଙ୍କୁ MBA/PGDM କିମ୍ବା ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ପାସ୍ କରିଥିବା ଆବଶ୍ଯକ। ଏହାଛଡା କୌଣସି ମାନ୍ଯତାପ୍ରାପ୍ତ କଲେକ କିମ୍ବା ସଂସ୍ଥାରୁ କୌଣସି ଷ୍ଟ୍ରିମର BE/B.Tech ପାସ୍ କରିବା ଜରୁରୀ।

ବୟସ ସୀମା: ଏହି ପଦବୀରେ ଆପ୍ଲାଏ କରିବା ପାଇଁ ସର୍ବନିମ୍ନ ବୟସ ୨୫ ବର୍ଷ ଏବଂ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଆବଶ୍ଯକ।

sbi

ଆବେଦନ ଶୁଳ୍କ: ସାଧାରଣବର୍ଗ/ଓବିସି/ EWC ପ୍ରାର୍ଥୀଙ୍କ ପାଇଁ ୭୫୦ ଟଙ୍କା ଏବଂ ଏସଟି/ଏସଟି/PWD ପ୍ରାର୍ଥୀ କୌଣସି ଆବେଦନ ଶୁଳ୍କ ଦେବେ ନାହିଁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://www.sbi.co.in/documents/77530/400725/210121-Copy+of+MANAGER+RETAIL+DETAILED+ADVT.pdf/c1cd05e9-f627-1f20-8e3a-6eeb556be5de?t=1611234907547

https://recruitment.bank.sbi/crpd-sco-2020-21-33/apply

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.