Below header

କ୍ବାଡ୍ କ୍ଯାମେରା ସେଟଅପ୍ ଏବଂ ମଲ୍ଟି ଗ୍ରେଡ୍ ବିଲ୍ଡ ସହିତ ଭାରତରେ ଲଞ୍ଚ ହେଲା LG K42, ଦାମ୍ ୧୧ ହଜାର ଟଙ୍କା

LG K42 ଭାରତରେ କ୍ବାଡ କ୍ଯାମେରା ସେଟଅପ୍ ସହିତ ଲଞ୍ଚ ହୋଇଛି। ଯାହାର ବ୍ଯାଟେରୀ କ୍ଷମତା ୪,୦୦୦ mAh । ଏହି ଫୋନ ୯ଟି ଅଲଗା ଅଲଗା କ୍ଯାଟୋଗରୀ ସହିତ US ମିଲିଟ୍ରୀ ଡିଫେନ୍ସ ଷ୍ଟାଣ୍ଡାଡ୍ ଟେଷ୍ଟିଂ ପାସ୍ କରିଛି। ଏଥିରେ ହାଇ- ଲୋ ଟେମ୍ପ୍ରଚର, ଶକ୍, ଭାଇବ୍ରେସନ, ହ୍ଯୁମିଡିଟି ସାମିଲ ରହିଛି।

LG K42 ଦାମ୍ ଭାରତରେ ୩ ଜିବି+୬୪ ଜିବି ଭାରିଅଣ୍ଟର ଦାମ୍ ୧୦,୯୯୯ ଟଙ୍କା ରହିଛି। ଗ୍ରାହକ ଏହାକୁ ଫ୍ଲିପକାର୍ଟର ଏକ୍ସକ୍ଲୁସିଭ ଷ୍ଟୋରରେ ମିଳିବ। ଏହି ଫୋନ ଦୁଇଟି କଲର ଅପସନ ଗ୍ରୀନ ଏବଂ ଗ୍ରେ କଲର ଅପସନରେ ଆସୁଛି। ଏହା ସହିତ ଗ୍ରାହକଙ୍କ ଏହି ଫୋନ ସହିତ ଦୁଇ ବର୍ଷର ଆକ୍ସିଡେଣ୍ଟ ୱାରେଣ୍ଟି ସହିତ ବର୍ଷକ ପାଇଁ ମାଗଣାରେ ସ୍କ୍ରିନ ରିପ୍ଲେସମେଣ୍ଟ ମିଳିବ।

lg
photo credit: aaj tak

ଏହାର ଡୁଆଲ ସିମ ସପୋର୍ଟ ସହିତ ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୦ ବେସଡ LG UX ଚାଲିବ। ଏଥିରେ ୬.୬ ଇଞ୍ଚ ଏବଂ ଏଚଡି ଡିସପ୍ଲେ ରହିଛି। ଏହାସହିତ ୩ ଜିବି ରାମ ସହିତ ଅକ୍ଟା କୋର mediatekhelio p22 ପ୍ରୋସେସର ରହିଛି। ଫଟୋଗ୍ରାଫି ପାଇଁ ୧୩ ଏମପି ପ୍ରାଇମେରୀ କ୍ଯାମେରା ସେନସର, ୫ ଏମପି ଅଲ୍ଟ୍ରା ୱାଇଡ ଆଙ୍ଗଲ ସେନ୍ସର, ୨ ଏମପି ଡେପ୍ଥ ସେନସର ଏବଂ ୨ ଏମପି ମାଇକ୍ରୋ ସେନ୍ସର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.