ବ୍ରିସବେନ ଟେଷ୍ଟରେ ପୂଜାରା ଆହତ ହେବା ଦେଖି ଦୁଇବର୍ଷର ଝିଅ କହିଥିଲେ ଏମିତି କଥା, ଯାହା ଶୁଣିଲେ ଆପଣ ମଧ୍ୟ ଚମକିପଡିବେ

ଟିମ୍ ଇଣ୍ଡିଆର ଟେଷ୍ଟ ମାଷ୍ଟର ଚେତେଶ୍ବର ପୂଜାରା ଆଜି ୩୩ ବର୍ଷରେ ପାଦ ଦେଇଛନ୍ତି। ବ୍ରିସବେନ ଟେଷ୍ଟରେ କମାଲ ଇନିଂସ ଖେଳି ଅଷ୍ଟ୍ରେଲିଆ ବୋଲର୍ସଙ୍କୁ ମାତ୍ ଦେଇଥିଲେ। ଏହି ସମୟରେ ଅଷ୍ଟ୍ରେଲିଆ ବୋଲର ଏମିତି ଏକ ବଲ୍ ବୋଲିଂ କରିଥିଲେ ଫଳରେ ପୂଜାରା ଆହତ ହୋଇଥିଲେ। କିନ୍ତୁ ପଛକୁ ହଟିନଥିଲେ। କ୍ରିଜରେ ବ୍ଯାଟିଂ କରିଥିଲେ। ଯେତେବେଳେ ପୂଜାରଙ୍କ ଝିଅ ଏହା ଦେଖିଥିଲେ, ମା’ଙ୍କୁ କହିଥିଲେ ବାପାଙ୍କ ଚିକିତ୍ସା କରିବେ।

ଦ୍ବିତୀୟ ଇନିଂସରେ ପୂଜାରା ୨୧୧ ବଲରେ ୫୬ ରନ୍ କରିଥିଲେ। ଏହି ସମୟରେ ସେ ବାରମ୍ବାର ବାରମ୍ବାର ଆହତ ହୋଇ ମଧ୍ୟ କ୍ରିଜରେ ବ୍ଯାଟିଂ ପାଇଁ ରହିଥିଲେ। ଏହା ଦେଖି ତାଙ୍କ ଦୁଇ ବର୍ଷର ଝିଅ କହିଥିଲେ, ପାପା ଯେଉଁଠି ତୁମକୁ ଆଘାତ ଲାଗିଛି, ସେଠାରେ ମୁଁ କିସ୍ ଦେଇଦେଲେ ଏହା ଜଲଦି ଠିକ୍ ହୋଇଯିବ। ପୂଜାରା ଇଣ୍ଡିଆନ ଏକ୍ସପ୍ରେସକୁ ଏକ ଇଣ୍ଟରଭ୍ଯୁ ସମୟରେ ଏହା କହିଥିଲେ।

pujara
photo credit: economic times

ପୂଜାରଙ୍କ ଝିଅ ୨୩ ଫେବ୍ରୁଆରୀ ୨୦୧୮ରେ ଜନ୍ମ ହୋଇଥିଲେ । ପୂଜାରା ତାଙ୍କ ସହିତ ଖାଲି ଟାଇମ୍ ଅତିବାହିତ କରିବାକୁ ପସନ୍ଦ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.