Below header

ଘନ କୁହୁଡି ଯୋଗୁ ଯାଜପୁର ବନ୍ଦାଳ ଛକ ନିକଟରେ ଟ୍ରକକୁ ଧକ୍କା ଦେଲା କାର୍: ଦୁର୍ଘଟଣାରେ ୪ ଗୁରୁତର, ୨ ଆହାତ

ଯାଜପୁର: ଘନ କୁହୁଡି ଯୋଗୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୪ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହାତ। ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ ଟ୍ରକ ସହ କାରଟି ଧକ୍କା ହେବା ଫଳରେ କାରରେ ଥିବା ଛଅ ଜଣ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଥିବାବେଳେ ୨ଜଣ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଆଜି ଭୋର ସମୟରେ କଲିକତାରୁ କଟକ ଅଭିମୁଖେ ଯାଉଥିବା ଏକ କାରଟି ବନ୍ଦାଳ ଛକ ନିକଟରେ ରାସ୍ତା ପାରି ହେଉଥିବା ଏକ ଟ୍ରକ କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ କାର ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି।  ଯାତ୍ରୀଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି ।ତେବେ  ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଗୁରୁତରଙ୍କୁ ବଡ଼ଚଣା ମେଡିକାଲ ରେ ଭର୍ତ୍ତି କରାଇଛି। ଟ୍ରକ ଟିକୁ ଅଟକ ରଖିଛି ବଡ଼ଚଣା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.