Below header

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ

ପୁରୀ (କେନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ଏହି ନୀତି ଅନୁଷ୍ଠିତ ହେବ। ତେଣୁ ପ୍ରାୟ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଗୁପ୍ତ ନୀତି ହୋଇଥିବାରୁ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତିରେ ଦତ୍ତ ମହାପାତ୍ର ସେବାୟତମାନେ ମହୁପ୍ରଭୁଙ୍କୁ ବନକ ଲାଗି କରିବେ । ଏହି ନୀତିରେ ମହାପ୍ରଭୁଙ୍କୁ ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ । ବିଶେଷ କରି ହେଙ୍ଗୁଳ, ହରିତାଳ, କର୍ପୁର, କସ୍ତୁରୀ ଲଗାଯାଇ ଦତ୍ତମହାପାତ୍ର ସେବାୟତ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.