ଧାନ ଖାଇବାକୁ ଆସି କୂଅରେ ଖସି ପଡ଼ିଲା ବାରହା, ଦୁଇ ଘଣ୍ଟା ପରେ କରାଗଲା ଉଦ୍ଧାର

ପରିତ୍ୟକ୍ତ କୂଅରୁ ବାରହା ଉଦ୍ଧାର। ପାଚିଲା ଧାନ ଖାଇବାକୁ ଆସି ଖସି ପଡ଼ିଲା। ନୟାଗଡ ଖଣ୍ଡପଡ଼ା ବ୍ଳକ ବାହାଡ଼ା ଗାଁ ନିକଟସ୍ଥ ମା କାଲୁଣିଚଣ୍ଡୀଙ୍କ ଠାରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ବାରହାକୁ ଉଦ୍ଧାର କରିଛି ବନବିଭାଗ।

ନୟାଗଡ଼ (କେନ୍ୟୁଜ) : ପରିତ୍ୟକ୍ତ କୂଅରୁ ବାରହା ଉଦ୍ଧାର। ପାଚିଲା ଧାନ ଖାଇବାକୁ ଆସି ଖସି ପଡ଼ିଲା। ନୟାଗଡ ଖଣ୍ଡପଡ଼ା ବ୍ଳକ ବାହାଡ଼ା ଗାଁ ନିକଟସ୍ଥ ମା କାଲୁଣିଚଣ୍ଡୀଙ୍କ ଠାରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ବାରହାକୁ ଉଦ୍ଧାର କରିଛି ବନବିଭାଗ। ଆଜି ସକାଳୁ ଗାଁ ଲୋକେ ଧାନ ବିଲକୁ ଯାଉଥିବା ସମୟରେ ବାରହାର ଗର୍ଜନ ଶୁଣିଥିଲେ। ପରେ କୂଅ ଭିତରେ ପଡ଼ିଥିବା ଦେଖି ଭାପୁର ବନବିଭାଗ ଓ ଖଣ୍ଡପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ଦୁଇ ଘଣ୍ଟା ପରେ ବାରହାକୁ ଉଦ୍ଧାର କରାଯାଇଥିଲା।