ଆଜି କଟକ ସଦର ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ଭରଣ ପୋଷଣ ମାମଲାର ଶୁଣାଣି

କଟକ: ଆଜି କଟକ ସଦର ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ଭରଣ ପୋଷଣ ମାମଲାର ଶୁଣାଣି ହେବ। ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବର୍ଷା। ଏନେଇ ସାଂସଦଙ୍କ ପକ୍ଷରୁ ଆଜି କୋର୍ଟରେ ପକ୍ଷ ରଖାଯାଇପାରେ। ବର୍ଷା ପ୍ରୋଟେକସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଧାରା ୧୨,୧୭, ୧୮, ୧୯, ୨୦ ଓ ୨୨ ଅନୁସାରେ ମକଦ୍ଦମା ଦାୟର କରିଛନ୍ତି।

ମକଦ୍ଦମାରେ ବର୍ଷା ନିଜ ସ୍ୱାମୀଙ୍କୁ ମଦ୍ୟପ ଓ ମଧୁମେହ ରୋଗୀ ବୋଲି ଦର୍ଶାଇବା ସହ ମାନସିକ ଓ ଶାରୀରିକ ର୍ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।ଭରଣ ପୋଷଣ କ୍ଷତିପୂରଣ ବାବଦରେ ୧୩ କୋଟି ଓ ଚିକିତ୍ସା ପାଇଁ ୨ କୋଟି ଟଙ୍କା ଦାବି କରିଛନ୍ତି ବର୍ଷା। ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ବିବାହ ବିଚ୍ଛେଦ ମାମଲା ଦାୟର କରିଥିବା ବେଳେ ଏହି ମାମଲାକୁ କଟକକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନ ଦାୟର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.