Below header

କରୋନା ଭୟରେ ପାଖ ମାଡିଲେଣି ଗାଁ ଲୋକେ, ଶେଷରେ ଶବ କାନ୍ଧେଇଲେ ବିଡ଼ିଓ ଓ ସରପଞ୍ଚ

ଭଦ୍ରକ(କେ ନ୍ୟୁଜ): ମଣିଷ ମଣିଷ ସମ୍ପର୍କକୁ ତୁଚ୍ଛ କରିଛି ମହାମାରୀ କରୋନା । ସ୍ଥିତି ଏମିତି ଯେ ରକ୍ତ ସମ୍ପର୍କ ବି ପର ହୋଇଯାଉଛି । ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତ ବଡତିରଣ ଗାଁର ବାସୁଦେବ ମିଶ୍ରଙ୍କ ଘରେ । ବାସୁଦେବ ମିଶ୍ର ଜଣେ ବର୍ଷୀୟାନ କଳାକାର ଭାବେ ବେଶ ଜଣାଶୁଣା। କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଥିଲେ ବାସୁଦେବ । ତାଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ ହସପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ପଟେ ପରିବାରର ସମସ୍ତ ସଦସ୍ୟ ଜ୍ୱର ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି ।

ଏଭଳି ପରିସ୍ଥିତିରେ ବାସୁଦେବଙ୍କ ମୃତ୍ୟୁ ଘଟିଥିବା ବେଳେ ଭୟରେ ଗାଁ ଲୋକ ପାଖ ମାଡିନଥିଲେ । ତେବେ ଏଇ ଘଟଣା ସମ୍ପର୍କରେ ଖବର ପାଇ ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଓ ନଦୀଗାଁ ସରପଞ୍ଚ ମନୋଜ ରାୟ ମହାପାତ୍ର ଓ ସ୍ବାସ୍ଥ୍ୟକର୍ମୀ ପହଞ୍ଚି ପିପିଇ କିଟ୍ ପିନ୍ଧି ଶବକୁ କାନ୍ଧ ଦେଇ ଶବକୁ ଶ୍ମଶାନରେ ଦାହ କରିଛନ୍ତି । ଏହି ଘଟଣା ଜିଲ୍ଲାରେ ବେଶ ଆଲୋଡନ ସୃଷ୍ଟି କରିଛି । ବିଡ଼ିଓ ଓ ସରପଞ୍ଚଙ୍କ ଏଭଳି କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.