ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ଫ୍ରିଟର୍ସ, ଆସିବ ଏକଦମ୍ ରେସ୍ତୋରାଁ ଭଳି ସ୍ୱାଦ

ନନଭେଜ୍‌ ପ୍ରିୟ ବ୍ୟକ୍ତିଙ୍କୁ ଚିକେନରେ ପ୍ରସ୍ତୁତ ସବୁ ରେସିପି ଖାଇବାକୁ ବହୁତ ପସନ୍ଦ ଆସିଥାଏ । ଚିକେନରେ ଅନେକ ରେସିପି ବନାଇପାରିବେ ଯାହାକୁ ଆପଣ ଷ୍ଟାଟର ଆକାରରେ ସାମିଲ୍‌ କରିପାରିବେ । ଯାହା ଆପଣଙ୍କୁ ବହୁତ ଭଲ ସ୍ୱାଦ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକ ସାମଗ୍ରୀ:

ଚିକେନ୍‌,ଚିକେନ୍‌ ମସଲା,ମଇଦା,ଧନିଆ ପତ୍ର,ଅଦା ପେଷ୍ଟ,ଅଣ୍ଡା,ତେଲ ,ଲାଲ ଲଙ୍କା ପାଉଡର,ରସୁଣ ପେଷ୍ଟ ।

ପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ ଆପଣ ଚିକେନକୁ ଭଲ ଭାବେ ସଫା କରି ଧୋଇ ଦିଅନ୍ତୁ । ଏହାପରେ ଚିକେନ, ଅଣ୍ଡା ଏବଂ ମଇଦାକୁ ଏକାସାଥିରେ ଭଲଭାବେ ମିକ୍ସ କରିଦିଅନ୍ତୁ । ଏବେ ଏହି ମିଶ୍ରଣରେ ଚିକେନ୍‌ ମସଲା, ଲୁଣ, ଅଦା ପେଷ୍ଟ, ଲାଲ ଲଙ୍କା ପାଉଡର, ରସୁଣ ପେଷ୍ଟ ଏବଂ ଧନିଆ ପତ୍ର ପକାଇ ମିକ୍ସ କରିଦିଅନ୍ତୁ । ଏହା ପରେ ମେରିନେଟେଡ୍‌ ଚିକେନକୁ କିଛି ସମୟ ପାଇଁ ଅଲଗା ରଖିଦିଅନ୍ତୁ । ତା ପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ମେରିନେଟେଡ ଚିକେନକୁ ଗୋଲ ଗୋଲ ଆକାର ଦେଇ ହାତରେ ଚେପଟା କରି ଦୁଇ ସାଇଡ୍‌ ଭଲଭାବେ ଫ୍ରାଏ କରନ୍ତୁ । ଏବେ ଏହାକୁ କୌଣସି ପ୍ଲେଟକୁ ବାହାର କରି ଏହା ଉପରେ ଧନିଆ ପତ୍ର ପକାଇ ଗ୍ରୀନ୍‌ ଚଟଣୀ କିମ୍ବା ରାଗ ଚଟଣୀ କିମ୍ବା ଟମାଟୋ ସସ୍‌ ଦ୍ୱାରା ସର୍ଭ କରିପାରିବେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.