ଆହୁରି ବିଗିଡ଼ିଲା ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା, ଏୟାରଲିଫ୍ଟ ପାଇଁ ସହାୟତା ଲୋଡ଼ିଲେ ଶୁଭେଚ୍ଛୁ ଓ ପରିବାର ଲୋକେ

କଟକ (କେନ୍ୟୁଜ୍‌) : ଓଲିଉଡ୍‌ ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି । ଏବେବି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଚିନ୍ତାଜନକ ଥିବା ବେଳେ ତାଙ୍କର ଅକ୍ସିଜେନ୍‌ ସ୍ତର କମିବାରେ ଲାଗିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ । ତେଣୁ ତାଙ୍କର ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି କୋଲକତା କିମ୍ବା ଚେନ୍ନାଇ ନେବାକୁ ପ୍ରସ୍ତୁତ ହେଉଛନ୍ତି ପରିବାର ଲୋକ ଏବଂ ଶୁଭେଚ୍ଛୁମାନେ । ତେବେ ଏଥିପାଇଁ ଦରକାର ଅଧିକ ଟଙ୍କା । ସେଥିପାଇଁ ଓଲିଉଡ୍‌ର କଳାକାର ଏବଂ ପରିବାର ଲୋକେ ଆର୍ଥିକ ସହାୟତା ଲୋଡ଼ିଛନ୍ତି । କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ଗତ ମେ ମାସ ୧୯ ତାରିଖରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।

ସହାୟତା ପାଇଁ ସୋସିଆଲ ମିଡିଆରେ ମଧ୍ୟ ନିବେଦନ କରାଯାଇଛି । ତପୁଙ୍କୁ ସହାୟତା ପାଇଁ ହି ଆକାଉଣ୍ଟରେ ଅର୍ଥଦାନ କରିବାକୁ କୁହାଯାଇଛି ।

Account
no-921010020302491
IIFC-UTIB0000024
MICR-751211002
ACCOUNT NAME-DHRUTIDIPA MISHRA
BANK NAME-AXIS BANK
UPI ID-8249489004@axisbank

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.