Below header

ପ୍ରାବସୀ ଓଡିଆଙ୍କୁ ବାଲିଆପାଳ ବିଡିଓଙ୍କ ତୁକାର ଭାଷା, ଭିଡିଓ ଦେଖିଲେ ମୁଣ୍ଡ ଟିଣ ହୋଇଯିବ

କେନ୍ୟୁଜ୍ (ବ୍ୟୁରୋ): ରାଜ୍ଯ ସରକାର ବାହାର ରାଜ୍ଯ ରେ ଫସି ରହିଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ  ସମସ୍ତ ପ୍ରକାର ବନ୍ଦୋବସ୍ତ କରୁଛନ୍ତି।  ମାତ୍ର କିଛି ପ୍ରଶାସନିକ ଅଧିକାରୀ ସୁରତରୁ ପହଞ୍ଚି ଥିବା ପ୍ରବାସୀ ଓଡିଆଙ୍କୁ ଗାଳିଗୁଲଜ କରିବା ସହ ଧମକାଇବାକୁ ବି ପଛାଉ ନାହାନ୍ତି। ଯାହାର  ଭିଡିଓ ଭାଇରାଲ ହେବାରେ  ଲାଗିଛି।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ବିଡିଓ ଛବିରାଣୀ ସାହୁ  କିଛି କଥାକୁ ନେଇ ପ୍ରବାସୀ  ଓଡିଆଙ୍କୁ ଗାଳି  ଗୁଲଜ କରିବା  ସହ ତୁ ତାକରା ଭାଷା ଓ ବାରମ୍ବାର ପାଟି ଚୁପ୍ କହି ପ୍ରବାସୀ ଓଡିଆଙ୍କୁ ଗାଳିଗୁଳଜ କରଥିଲେ । ଯାହାକୁ ନେଇ ପ୍ରତିବାଦ କରିଥିଲେ ପ୍ରାବାସୀ ଓଡିଆମାନେ। କିନ୍ତୁ  ବିଡିଓ ମହାଶୟା ନିଜର ଚାକିର ପାୱାର ଦେଖାଇବାକୁ ଯାଇ ସେମାନଙ୍କୁ କହିଥିଲେ ନିଜ ଔକାତରେ  ରୁହ. . . ବାହାରୁ ଆସିକି ଆମକୁ ହଇରାଣ କରୁଚ . . . ଆହୁରି ବେଶୀ କଥା କହୁଚ  . . . ତୋ ମା ବାପା ତୋତେ ସଂସ୍କାର ଶିଖେଇ ନାହାନ୍ତି  . . . . ବ୍ୟବସ୍ଥା କରିବାକୁ ଯଦି ୫ ଘଣ୍ଟା ଟାଇମ ଲାଗେ ତାହେଲେ ବି ତୁମେ ମାନେ ଖରାରେ ଠିଆ ହେବାକୁ ବାଧ୍ୟ . . . . ତୁ ତ ତୁ ତୋ ୧୪ ପୁରୁଷ ବି ଚୁପଚାପ ହୋଇ ଏଠି  ଠିଆହବ . . . . ମୋ ସହିତ କଥାବାର୍ତ୍ତା କରନା . . . . ମୁଁ ଜମା ଭଲ ଲୋକ ନୁହେଁ . . . କଣ ଭାବିଚୁକି ତୁ ମୋତେ . . . .ମୁଁ ଗୋଟେ ଓଏଏସ୍ ଅଫିସର . . .ତୋ ଭଳିଆ  କେଉଁଠି  ଯାଇକି ଦାଦାନ ଖଟୁନି . . .

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.