ଲକଡାଉନରେ ଘରେ ରୁଟି ବେଲୁଥିବା ବେଳେ ମହିଳାଙ୍କ ସହ ଘଟିଗଲା ଏମିତି ଘଟଣା, ୯୦ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ଏହି Video

ବେକ କରିବା ସବୁବେଳେ ସହଜ ହୋଇ ନ ଥାଏ। ବୁଧବାର ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡ଼ିଓରୁ ଏହା ଜଣାପଡିଛି। ଆଣ୍ଡ୍ରେସ ପେର୍କୁ ଏଲେଗ୍ରୀଆ ନାମ୍ନୀ ମହିଳା ଭିଡ଼ିଓଟିକୁ ସେୟାର କରିଛନ୍ତି। ଏଥିରେ ସେ ଅଟାରେ ରୁଟି ବେଲୁଥିବା ବେଳେ କିପରି ଫେଲ ମାରୁଛନ୍ତି, ତାହା ଦେଖିବାକୁ ମିଳୁଛି।

ସେୟାର ହେବା କ୍ଷଣି ଭିଡ଼ିଓଟି ସୋସିଆଲ ମିଡିଆରେ ପୂରା ଭାଇରଲ ହୋଇଯାଇଥିଲା। ଏ ପର୍ଯ୍ୟନ୍ତ ଏହାକୁ 9 ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡ଼ିଓରେ ମହିଳା ଜଣକ ସ୍ପେନିସରେ କଥା ହେଉଥିବାର ଦେଖିବାକୁ ମିଳୁଛି।

video courtesy: facebook

ପ୍ରଥମେ ସେ ଅଟା ଚକଟି ବୋର୍ଡ ଉପରେ ରଖୁଛନ୍ତି। ପୁଣି ସେଥିରେ ଅଟା ପକାଇ ବେଲିବାକୁ ଯାଉଛନ୍ତି। ଯେତେବେଳେ ବେଲିବା ଆରମ୍ଭ କରୁଛନ୍ତି, ଠିକ ସେହି ସମୟରେ ତାଙ୍କ ବେଲନା କାଠି ଜୋରରେ ଦାବି ହୋଇଯାଉଛି। ଆଉ ବୋର୍ଡରେ ଏକ ପାତ୍ରରେ ରହିଥିବା ଅଟା ତାଙ୍କ ମୁଁହ ଉପରକୁ ଓଜଡି ହୋଇପଡୁଛି। ଏହାପରେ ସେ ସଙ୍ଗେ ସଙ୍ଗେ ରେକର୍ଡିଂ ବନ୍ଦ କରିଦେବାକୁ ଇଶାରା କରୁଛନ୍ତି।

ମହିଳା ଭିଡ଼ିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ରୁଟି ତିଆରି କରିବାର ନୂଆ ଉପାୟ’। ଫେସବୁକରେ ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ 5 ଲକ୍ଷରୁ ଅଧିକ ଲାଇକ ଏବଂ 76 ହଜାରରୁ ଅଧିକ କମେଣ୍ଟ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.