କୋରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ଯାଜପୁର ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଯାଜପୁର ଟାଉନ(କେନ୍ୟୁଜ୍):  କୋରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ଯାଜପୁର ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । କେନ୍ଦ୍ରୀୟ ଟିମ୍ ଯାଜପୁରରେ ପହଞ୍ଚିବା ପରେ ଜିଲ୍ଲାପାଳ ରଂଜନ କୁମାର ଦାସ ଟିମକୁ ସ୍ୱାଗତ କରିଥିଲେ । ଟିମ୍ ଲିଡର ଡା ମହେଶ ୱାଘାମାରେ ଙ୍କ ନେତୃତ୍ୱରେ ମୋଟ ୩ ଜଣ ସଦସ୍ୟ ଆସିଛନ୍ତି ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟତଃ ଜିଲାରେ କୋରୋନା ର ସ୍ଥିତି,କୋରୋନା ରୋଗୀଙ୍କୁ ମିଳୁଥିବା ସୁବିଧା ସୁଯୋଗ,ଚିକିତ୍ସା ବ୍ୟବସ୍ଥା,କଂଟେନମେଂଟ ଅଂଚଳରେ ସ୍ୱାବ ନମୂନା ସଂଗ୍ରହ ପ୍ରକିୟା ସଂପର୍କରେ ଆଲୋଚନା କରାଯାଇଥିଲା ।

ଏଥିସହିତଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ମେଡିକାଲ କେନ୍ଦ୍ର ସଂପର୍କରେ ମଧ୍ୟ ଏହି ଟିମ୍ ପଚାରି ବୁଝିଥିଲେ । ଏହି ଟିମ୍ ଆଗମୀ କିଛି ଦିନ ଜିଲ୍ଲାରେ ରହି ବିଭିନ୍ନ କଂଟେନମେଂଟ ଅଂଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରିଦର୍ଶନ ସମୟରେ ଆବଶ୍ୟକ ନୂତନ କୌଶଳ ସଂପର୍କରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପରାମର୍ଶ ମଧ୍ୟ ଦେବେ । ଜିଲ୍ଲାର କୋରୋନା ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ପରେ ଏହି ଟିମ୍ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ । ଏହି ଆଲୋଚନା ସମୟରେ ଜିଲ୍ଲା ମୁଖ୍ୟ ଚିକିିତ୍ସା ଅଧିକାରୀ ସୁଧାଂଶୁ କୁମାର ବଳଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.