Below header

ସଞ୍ଜ ହେଲେ ଭାଲୁ ଭୟ, ମାଲକାନଗିରି ଏମ୍‌ଭି-୭ ଗାଁରେ ତାଟି କବାଟ ପକାଇ ଦେଉଛନ୍ତି ଲୋକେ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ମାତ୍ର ୭କିମି ଦୂର ଏମଭି-୭ ଗାଁରେ ଭାଲୁ ଆତଙ୍କ। ଘରେ ଘରେ ପଶୁଛନ୍ତି ଜଙ୍ଗଲୀ ଭାଲୁ। ଏବେ ସହର ମୁହାଁ ଜଙ୍ଗଲୀ ଭାଲୁ। ସଞ୍ଜ ନଇଁଲେ ଜନବସତି ମୁହାଁ ହେଉଛନ୍ତି ଏହି ଭାଲୁ। ଖାଦ୍ୟ ଅନ୍ୱେଷଣରେ ପାଖ ଜଙ୍ଗଲରୁ ଜନବସତି ଆଡ଼କୁ ଚାଲି ଆସୁଛନ୍ତି ଏହି ଜଙ୍ଗଲୀ ଭାଲୁ।

ସର୍କସ ଭଳି ଭାଲୁ ଚେୟାର ବେଞ୍ଚ ଉପରେ ଚଢ଼ି ଆତଙ୍କ ଖେଳାଉଛନ୍ତି। ଭୋକିଲା ଭାଲୁ କେଉଁଠି ଖାଦ୍ୟ ମିଳିବ ସେହି ସନ୍ଧାନରେ ଗାଁ ଭିତରେ ବୁଲୁଛନ୍ତି । ସେଥିପାଇଁ ଘର ଭିତରକୁ ପଶିବାକୁ ବିଭିନ୍ନ ପ୍ରୟାସ କରୁଛନ୍ତି। ଅନ୍ଯପଟେ ଏହି ଭାଲୁକୁ ଦେଖି ଏବେ ଲୋକେ ଛାନିଆ। କାରଣ କେତେବେଳେ ଭାଲୁ ହାବୁଡ଼ରେ ପଡିଗଲେ କଥା ସରିଲା।ଜୀବନ ଯିବା ସାର ହେବ। ଜଙ୍ଗଲ ବିଭାଗକୁ ଗାଁ ଲୋକେ ସୂଚନା ଦେଇଥିଲେ ମଧ୍ୟ କିଛି ଲାଭ ହେଉନି। ସଞ୍ଜ ହେଲେ ଲୋକଙ୍କ ଘରେ ତାତି କବାଟ ବନ୍ଦ ହୋଇ ଯାଉଛି।

ତେବେ ଏଥିପାଇଁ ଆମେ ନିଯେହିଁ ଦାୟୀ। କାରଣ ଜଙ୍ଗଲ ସଫା କରିବା ଦ୍ୱାରା ଜଙ୍ଗଲୀ ଜନ୍ତୁଙ୍କ ଆହାର ଅଭାବ ଦେଖା ଦେଇଛି। ତେଣୁ ସହର ମୁହାଁ ହେଉଛନ୍ତି ଏହି ଜଙ୍ଗଲୀ ଭାଲୁ। ଏହି ମଣିଷ ସମାଜ ସେମାନଙ୍କ ଆହାର ଛଡାଇ ନେଇଛି। ଆମେ ଏହାର ପରିଣାମ ଭୋଗିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.