ଭୋଜି ସାରି ହସଖୁସିରେ ଫେରୁଥିଲେ ଘରୁକୁ ହେଲେ ମାଡିଆସିଲା ମୃତ୍ୟୁ: ଅକାଳରେ ଚାଲିଗଲା ମାମୁଁ-ଭାଣିଜୀଙ୍କ ଜୀବନ

ଅନୁଗୁଳ(କେନ୍ଯୁଜ୍): ଦୁର୍ଘଟଣାରେ ଚାଲିଗଲା ମାମୁଁ-ଭାଣିଜୀଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ବ୍ଲକ ବାଳୁଅକଟା ଓ ପଞ୍ଚମହଲା ରାସ୍ତାରେ। ସୂଚନା ଅନୁଯାୟୀ, ଆଜି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାମୁଁ-ଭାଣିଜୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା’ ଓ ୧୦ବର୍ଷର ଝିଅ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଯାହା ଜଣାପଡିଛି, ବାଳୁଅକଟା ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ଭୋଜି କରିବା ସହ ବେଶ ହସଖୁସିରେ କିଛି ସମୟ କାଟିଥିଲେ ଏମାନେ। ତେବେ କିଏ ଜାଣିଥିଲା ଯେ ବାଟରେ ଏଭଳି ଏକ ଦୁର୍ଘଟଣା ଘଟିବ। ଯେଉଁ ଦୁର୍ଘଟଣାରେ ମାମୁଁ ଓ ଭାଣିଜୀଙ୍କର ମୃତ୍ୟୁ ହେବ। ବାଳୁଅକଟା ଗ୍ରାମରୁ ଚାରିଜଣ ଯାକ ଏକ ବାଇକରେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଅନୁଗୁଳ ଅଭିମୁଖେ ନିଜ ଘରକୁ ଫେରୁଥିଲେ। ତେବେ ଏତିକି ବେଳେ ବିପରୀତ ଦିଗରୁ ଏକ ଅଟୋ ଦ୍ରୁତଗତିରେ ଆସି ବାଇକକୁ ପିଟି ଦେଇ ଫେରାର ହୋଇଯାଇଥିଲା।

ଯାହାଫଳରେ ଘଟଣାସ୍ଥଳରେ ହିଁ ସୁଜନ ଓ ଗାୟତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ପକ୍ଷରେ ମା’ ପଦ୍ମିନୀ ଓ ଝିଅ ବର୍ଷା ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସେଠାରେ ଚାପା ଉତେଜନା ଦେଖାଦେଇଥିଲା। ଉଭୟ ପାର୍ଶ୍ଵରୁ ଗାଡି ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.