Below header

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଲାଞ୍ଚ ନେବା ବେଳେ ଧରାପଡିଲେ MKCG ମେଡିକାଲର ମୁଖ୍ୟ କିରାଣୀ

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ମୁଖ୍ୟ କିରାଣୀ ନିଳକଣ୍ଠ ସାହୁ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆଜି ଅବସର ପ୍ରାପ୍ତ ଡାକ୍ତର ରସାନନ୍ଦ ମଙ୍ଗୁଆଳଙ୍କ ଠାରୁ ଜିପିଏଫ ଓ ଅନ୍ୟାନ୍ୟ କାଗଜ ପତ୍ର କରିବା ଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ନିଳକଣ୍ଠ । ଏନେଇ ରସାନନ୍ଦ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଅଫିସର ଯୋଜନା କରି ନିଳକଣ୍ଠଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଥିଲେ। ପରେ ତାଙ୍କ କାର୍ଯ୍ୟାଳୟ ଓ ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଠାରେ ଥିବା ବାସଭବନରେ ଚଢାଉ କରାଯାଇଛି। ନିଳକଣ୍ଠଙ୍କୁ ଗିରଫ ପରେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.