Below header

ତ୍ରିପୁଲ ତଲ୍ଲାକ ନିୟମ କରୁଛି ମୌଳିକ ଅଧିକାରର ଉଲ୍ଲଂଘନ : ଓୱେସି

ନୂଆଦିଲ୍ଲୀ : ସଂସଦରେ ଓୱେସିଙ୍କ ବୟାନକୁ ନେଇ ପୁଣି ଚର୍ଚ୍ଚା। ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କରଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପନ କରାଯାଇଥିବା ନୂତନ ମୁସଲମାନ ମହିଳା ବିବାହ ସୁରକ୍ଷା ବିଲ୍ ୨୦୧୯ ବା ତ୍ରିପୁଲ-ତଲ୍ଲାକ ବିଲ୍ ବିରୋଧର ସାମ୍ନା କରିଛି।
ଗତ ଫେବ୍ରୁଆରୀ ମାସରେ ଆସିଥିବା ଅଧ୍ୟାଦେଶ ବଦଳରେ ଏହି ବିଲ୍ ଅଣାଯାଇଛି। ପୂର୍ବ ଲୋକସଭାର କାର୍ଯ୍ୟକାଳ ସରିଥିବାରୁ ସରକାର ପୁଣିଥରେ ଏହି ବିଲ୍କୁ ଉପସ୍ଥାପନ କରିଛନ୍ତି। ଏହି ବିଲ୍ ଅନୁଯାୟୀ ଯଦି କେହି ମୁସଲମାନ ପୁରୁଷ ତିନିଥର ତଲ୍ଲାକ କହି ନିଜ ବିବାହ ବିଚ୍ଛେଦ କରୁଛି ତେବେ ସେହି ବ୍ୟକ୍ତିଙ୍କୁ ତିନିବର୍ଷ ଜେଲ ଦଣ୍ଡ ହେବ।
ଏହି ନିୟମକୁ ବିରୋଧ କରି ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି ଯଦି ଅନ୍ୟ ଧର୍ମର ପୁରୁଷଙ୍କୁ ସେହି ଅପରାଧ ପାଇଁ ଏକବର୍ଷ ଜେଲ ଦଣ୍ଡ ହେଉଛି, ତେବେ ମୁସଲମାନ ପୁରୁଷଙ୍କୁ ତିନିବର୍ଷ କାହିଁକି? ଏହା ମୌଳିକ ଅଧିକାରର ଉଲ୍ଲଂଘନ । ଏପରିକି ଏହି ବିଲ୍‌କୁ କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ବିରୋଧ କରିଛନ୍ତି। ଏହି ବିଲ୍‌ ମୁସଲମାନ ମହିଳାଙ୍କ ମର୍ଯ୍ୟାଦା ହାନି କରିବ ବୋଲି ଥରୁର୍‌ ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.